ଲାଉସାନେ, ୧୪ା୩ (ପି.ଟି.): ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)ର ସଭାପତି ଭାବେ ପୁନଃନିର୍ବାଚିତ ହେବାକୁ ଆଗ୍ରହୀ। ଏଫ୍ଆଇଏଚ୍ ପରିଚାଳନା ପରିଷଦର ୪୭ତମ ଅଧିବେଶନ ମେ ୨୨ ତାରିଖରେ ନୂଆଦିଲ୍ଲୀରେ ହେବ। ଏହା ପୂର୍ବରୁ ସେ ସଭାପତି ପଦବୀ ପାଇଁ ତାଙ୍କ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ମୁଖ୍ୟ ବାତ୍ରା ୨୦୧୬ରେ ଏଫ୍ଆଇଏଚ୍ ସଭାପତି ହୋଇଥିଲେ। ସେ ପୁଣିଥରେ ନିର୍ବାଚିତ ହେବାକୁ ଚାହୁଁଥିବା ଫେବୃୟାରୀ ୧୮ରେ ଏଫ୍ଆଇଏଚ୍ କଂଗ୍ରେସକୁ ଏକ ଚିଠି ମାଧ୍ୟମରେ ଅବଗତ କରାଇଥିଲେ। ବାତ୍ରାଙ୍କ ବ୍ୟତୀତ ଅନ୍ୟ ପଦବୀ ପାଇଁ ଆଶାୟୀଙ୍କ ପ୍ରାର୍ଥତ୍ପତ୍ର ଏଫ୍ଆଇଏଚ୍ର ହସ୍ତଗତ ହୋଇଛି। ଏଥିପାଇଁ ମାର୍ଚ୍ଚ ୧୨ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଏଫ୍ଆଇଏଚ୍ର ନିୟମାନୁସାରେ ଏଫ୍ଆଇଏଚ୍ ସିଇଓ ଥିଏରି ଓ୍ବିଲ୍ ପ୍ରାର୍ଥତ୍ପତ୍ରଗୁଡ଼ିକୁ ଅନ୍ତର୍ଜାତୀୟ ହକି ମହାସଂଘର ଇଲେକ୍ସନ ଓଭରସାଇଟ୍ ପ୍ୟାନେଲ (ଇଓପି)କୁ ହସ୍ତାନ୍ତର କରିବେ। ଇଓପି ନିର୍ବାଚନ ପରିଚାଳନା କରିବ। ସଭାପତି ଓ ଅନ୍ୟାନ୍ୟ ପଦବୀଗୁଡ଼ିକ ପାଇଁ ନିର୍ବାଚନ ୨୦୨୧ ମେ ୨୨ରେ ହେବ। ନିର୍ବାଚିତମାନେ ୨୦୨୪ ଏଫ୍ଆଇଏଚ୍ କଂଗ୍ରେସ ପର୍ଯ୍ୟନ୍ତ ସେମାନଙ୍କ ପଦବୀରେ ରହିବେ।