Advertisement

ମୋଦିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ

ପୋର୍ଟ ମୋରେସ୍‌ବି, ୨୩ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଫିଜିର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ମୋଦିଙ୍କ ବିଶ୍ୱ ନେତୃତ୍ୱର ସ୍ବୀକୃତି ସ୍ବରୂପ ଫିଜି ପ୍ରଧାନମନ୍ତ୍ରୀ ସିଟିଭେନି ରାବୁକା ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଫିଜି ବାହାରର କୌଣସି ବ୍ୟକ୍ତିଙ୍କୁ ଏଭଳି ସମ୍ମାନ ମିଳିବା ବିରଳ ଘଟଣା। ଉକ୍ତ ସମ୍ମାନକୁ ପ୍ରଧାନମନ୍ତ୍ରୀ ଭାରତର ଜନସାଧାରଣ ଏବଂ ଫିଜି-ଭାରତୀୟ ସମ୍ପ୍ରଦାୟଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
୧୪ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ରବିବାର ରାତିରେ ପପୁଆ ନ୍ୟୁ ଗିନିରେ ପହଞ୍ଚତ୍ଥିଲେ। ଫୋରମ୍‌ ଫର୍‌ ଇଣ୍ଡିଆ-ପାସିଫିକ ଆଇଲାଣ୍ଡ୍‌ସ କୋଅପରେଶନ (ଏଫ୍‌ଆଇପିଆଇସି) ସମିଟ ଅବସରରେ ମୋଦି ତାଙ୍କ ଫିଜି ପ୍ରତିପକ୍ଷ ରାବୁକାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସମ୍ପର୍କକୁ ଆହୁରି ଆଗେଇନେବା ଦିଗରେ ଉଭୟ ଏକାଠି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share