ଏଥର ଫିକା ପଡିଛି ରଜ

ଭୁବନେଶ୍ୱର,୧୪।୬(ବ୍ୟୁରେ): ଆଜି ପହିଲି ରଜ । ହେଲେ କରୋନା ପାଇଁ ଓଡ଼ିଶାର ଗଣ ପର୍ବ ରଜ ଏଥର ଫିକା ପଡ଼ିଛି। ଏଥର ସେତେଟା ଚଳଚଞ୍ଚଳ ନାହିଁ ନା ଗାଁ ନାଁ ସହର। କୋଭିଡ କଟକଣା ପାଇଁ ଫିକା ପଡିଛି ରଜ ସଜବାଜ। ହେଲେ ଘରେ ଘରେ ଲୋକେ ପରମ୍ପରାକୁ ବଞ୍ଚାଇବାକୁ ଯାଇ ଏହାକୁ ପାଳନ କରୁଛନ୍ତି। ଝିଅମାନେ ସଜବାଜ ହୋଇ ଘରେ ବସିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଘରେ ରହି ସମସ୍ତେ ଏହି ପର୍ବ ପାଳନ କରୁଛନ୍ତି।

Share