‘ଇସ୍କ’କୁ ପୂରିଲା ୨୩ବର୍ଷ

ମୁମ୍ବାଇ: ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ‘ଇସ୍କ’କୁ ୨୩ବର୍ଷ ପୂରିଛି। ନଭେମ୍ବର ୩୦ରେ ଏହି ଫିଲ୍ମକୁ ୨୩ ବର୍ଷ ପୂର୍ତ୍ତି ହୋଇଥିବାରୁ ବଲିଉଡ୍‌ର ପପୁଲାର ଅଭିନେତ୍ରୀ ଜୁହି ଚାଓ୍ବଲା ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ ଫିଲ୍ମର ଏକ କମେଡି ସିନ୍‌କୁ ଶେୟାର କରିଛନ୍ତି। ଆଉ ଏହାକୁ ନିଜର ସବୁଠାରୁ ପ୍ରିୟ ଦୃଶ୍ୟ ବୋଲି କହିଛନ୍ତି। ଏଥିସହ ପ୍ରଶଂସକଙ୍କୁ ଫିଲ୍ମର କେଉଁ କେଉଁ ଦୃଶ୍ୟ ଅଧିକ ପସନ୍ଦ ବୋଲି ଜୁହି ପ୍ରଶ୍ନ କରିଛନ୍ତି। ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାଜା ଚରିତ୍ରରେ ଆମିର ଖାଁ ଓ ଅଜୟ ଚରିତ୍ରରେ ଅଜୟ ଦେବଗନ ଓ ମଧୁ ଚରିତ୍ରରେ ଜୁହି ଚାଓ୍ବଲା ଅଭିନୟ କରିଥିଲେ। ତେବେ ଜୁହି ଶେୟାର କରିଥିବା ଭିଡିଓରେ ରାଜା ଓ ଅଜୟଙ୍କ ଜିପ୍‌ ମଧୁଙ୍କ କାର୍‌କୁ ଧକ୍କା ଦେଇଥିବା ଦେଖିବାକୁ ମିଳିଛି। ଏହି କମେଡି ଭିଡିଓକୁ ଦେଖିଲେ ଆପଣ ନ ହସି ରହିପାରିବେନି। ତେବେ ୧୯୯୭ରେ ଫିଲ୍ମ ଇସ୍କ ରିଲିଜ୍‌ ହୋଇଥିଲା। ସେହି ସମୟରେ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ୍‌ ମଚାଇବା ସହ ଭଲ ବ୍ୟବସାୟ ମଧ୍ୟ କରିଥିଲା।

Share