ଶାହରୁଖଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସ୍ତ୍ରୀ ଗୌରୀ ଖାନଙ୍କ ଅଡୁଆ ବଢିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାରତୀୟ ପେନାଲ କୋଡ (ଆଇପିସି)ର ଧାରା ୪୦୯ ଅନୁଯାୟୀ, ଗୌରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁମ୍ବାଇର ବାସିନ୍ଦା ଜଶୱନ୍ତ ଶାହା ଗୌରୀଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ଯେଉଁ କମ୍ପାନୀ ପାଇଁ ସେ ବ୍ରାଣ୍ଡ ଆମ୍ବାସାଡର ଥିଲେ, ସେହି କମ୍ପାନୀ ୮୬ ଲକ୍ଷ ଟଙ୍କା ଦେବା ସତ୍ତ୍ୱେ ଫ୍ଲାଟର ମାଲିକାନା ଦେଇନାହାଁନ୍ତି। ଗୌରୀଙ୍କ ବ୍ୟତୀତ ଅଭିଯୋଗକାରୀ ତୁଲସ୍ୟାନି କଷ୍ଟ୍ରକସନ୍‌ ଆଣ୍ଡ ଡେଭଲପମେଣ୍ଟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅନୀଲ କୁମାର ତୁଲସ୍ୟାନି ଏବଂ ଏହାର ନିର୍ଦ୍ଦେଶକ ମହେଶ ତୁଲସ୍ୟାନିଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରଛନ୍ତି। ବ୍ରାଣ୍ଡ ଆମ୍ବାସାଡର ଗୌରୀଙ୍କ ଦ୍ୱାରା ପ୍ରଭାବିତ ହେବା ପରେ ସେ ଫ୍ଲାଟ କିଣିଥିବା ଅଭିଯୋଗକାରୀ କହିଛନ୍ତି।
ଗୌରୀ ଜଣେ ଇଣ୍ଟେରିୟର ଡିଜାଇନର୍‌ ଏବଂ ତାଙ୍କର ନିଜର ‘ଗୌରୀ ଖାନ ଡିଜାଇନସ’ ବ୍ରାଣ୍ଡ ଅଛି।

Share