‘ଅଫିସ ବାହାରକୁ ଯାଉଛି ଫାଇଲ’

ଗଞ୍ଜାମ,୨୪ା୩(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସିର ଉନ୍ନୟନ କାର୍ଯ୍ୟ ଫାଇଲ ଅଫିସ ବାହାରକୁ ଯାଉଥିବା ନେଇ ଶୁକ୍ରବାର ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକଙ୍କ ସମେତ ସମସ୍ତ ବିଜେଡି କାଉନସିଲର ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳ ଏବଂ ଜିଲା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ବ୍ୟତୀତ ବାହାରକୁ ଫାଇଲ ଯିବାର ନିୟମ ରହିଛି କି ବୋଲି ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ପଚାରିଥିଲେ। ଏଥିସହ କେତେକ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ବିଲ୍‌ ପୈଠ ହେଉଥିବା ବେଳେ ଅନ୍ୟ ଠିକାଦାରଙ୍କ ବିଲ କାହିଁକି ବନ୍ଦ କରାଯାଉଛି ବୋଲି ନିର୍ବାହୀ ଅଧିକାରୀଙ୍କୁ କାଉନସିଲରମାନେ ପ୍ରଶ୍ନ କରିଛନ୍ତି।
ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ପଚାରିବାରୁ ଆଗରୁ କେବେ ଅଭିଯୋଗ ହୋଇ ନ ଥିଲା। ମୁଁ ଷ୍ଟାଫ୍‌ଙ୍କୁ ଡାକି ଏ ବିଷୟରେ ଆଲୋଚନା କଲା ପରେ ପଦକ୍ଷେପ ନେବି ବୋଲି କହିଛନ୍ତି ।

Share