Categories: ଜାତୀୟ

ଜୀବନ ସାଥୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସମ୍ପର୍କ ଅଭିଯୋଗ ଆଣିବା କ୍ରୁରତା: ହାଇକୋର୍ଟ…

ଅହମଦାବାଦ,୨୬।୧୨ : ଗୁଜରାଟ ହାଇକୋର୍ଟ ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଥିବା ବନାସକାଣ୍ଠାର ଜଣେ ବ୍ୟକ୍ତ ତାଙ୍କ ସ୍ତ୍ରୀଙ୍କ ନିର୍ଯାତନାରେ ଅସନ୍ତୁଷ୍ଟ ହୋଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସ୍ତ୍ରୀ ମଧ୍ୟ ତାଙ୍କ ବିରୋଧରେ ଆବେଦନ କରିଥିଲେ। ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ବାମୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ସ୍ତ୍ରୀ ତାଙ୍କ ବିରୋଧରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କର ଏକ ମାତ୍ର ପୁତ୍ରଙ୍କୁ ସ୍ତ୍ରୀ ନିଜ ପାଖରେ ରଖିଛନ୍ତି। ସ୍ତ୍ରୀ ଘରୁ ପୁଅଙ୍କ ସହିତ ବାହାରି ପଳାଇଥିବା ସ୍ବାମୀ ଅଭିଯୋଗ କରିଥିଲେ।

ସ୍ବାମୀଙ୍କ କହିବାନୁସାରେ, ମହିଳା ଜଣକ ତାଙ୍କୁ ଏବଂ ତାଙ୍କ ଶାଶୁଙ୍କୁ ମଧ୍ୟ ନିର୍ଯାତନା ଦେଇ ସେମାନଙ୍କୁ ଘରୁ ବାହାରି ଯିବାକୁ ବାଧ୍ୟ କରିଥିଲେ। ସ୍ବାମୀ ଛାଡପତ୍ର ପାଇବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଆବେଦନକୁ ଫେରସ୍ତ କରାଯାଇଥିଲା। ଏହା ପରେ ସ୍ବାମୀ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ବର୍ତ୍ତମାନ ଗୁଜରାଟ ହାଇକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁଜରାଟ ହାଇକୋର୍ଟ ମହିଳାଙ୍କ ଆବେଦନକୁ ଖାରଜ କରି ତାଗିଦ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ମିଥ୍ୟା ଅଭିଯୋଗ କରନ୍ତି, ତେବେ ତାହା କ୍ରୁରତା ଶ୍ରେଣୀଭୁକ୍ତ ହେବ।

ସେମାନେ ୧୯୯୩ରେ ବିବାହ କରିଥିଲେ। ୨୦୦୬ରେ ସେମାନଙ୍କର ଏକ ପୁଅ ହୋଇଥିଲା। ତେବେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ୨୦୦୯ରେ ସ୍ବାମୀ ଗାନ୍ଧିନଗରରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।
ବିଚାରପତି କହିଛନ୍ତି ଯେ ଯେତେବେଳେ ପାରିବାରିକ ଅଦାଲତରେ ଏହା ପ୍ରମାଣିତ ହେଲା ଯେ ସ୍ବାମୀଙ୍କର କାହା ସହିତ ଅନୈତିକ ସମ୍ପର୍କ ନାହିଁ। ଏଭଳି କରି ସ୍ତ୍ରୀ ସ୍ବାମୀଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରିଥିବା କୋର୍ଟ କହିଛନ୍ତି।

Share