Categories: ଖେଳ

ଫିଲିପୋ ଜିତିଲେ ୧୮ଶ ଷ୍ଟେଜ୍‌

ରୋମ୍‌, ୨୭।୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୮ଶ ରେସ୍‌ ଜିତିଛନ୍ତି ଇଟାଲିର ଜୟକୋ-ଏଆଇୟୁଆଇଏ ଟିମ୍‌ ରାଇଡର ଫିଲିପୋ ଜାନା। ଓଡେର୍ଜୋଠାରୁ ଜୋଲ୍ଡୋ ଅଲ୍ଟୋ ପର୍ଯ୍ୟନ୍ତ ୧୬୧ କିଲୋମିଟର ବିଶିଷ୍ଟ ମାଉଣ୍ଟେନ ଷ୍ଟେଜ୍‌କୁ ଫିଲିପୋ ୪ ଘଣ୍ଟା ୫୨.୧୨ ସେକେଣ୍ଡ ସମୟରେ ଶେଷ କରିଥିଲେ। ଫ୍ରାନ୍ସର ଗ୍ରୌପାମା-ଏଫ୍‌ଡିଜେ ଟିମ୍‌ ରାଇଡର ଥିବଟ ପିନଟ ଦ୍ୱିତୀୟ ଓ ସେହି ଦେଶର ଆର୍କିଆ-ସାମସିକ୍‌ ରାଇଡର ଓ୍ବାରେନ ବାର୍ଗୁଇଲ ତୃତୀୟ ସ୍ଥାନରେ ରହିଛନ୍ତି। ୧୮ ଷ୍ଟେଜ୍‌ ଶେଷସୁଦ୍ଧା ଗ୍ରେଟ୍‌ ବ୍ରିଟେନର ଇନିଅସ ଗ୍ରେନାଡିଅର୍ସ ରାଇଡର ଗେରାଣ୍ଟ ଥୋମାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସ୍ଲୋଭାକିଆର ଟିମ୍‌ ଜୁମ୍ବୋ-ଭିସ୍ମା ରାଇଡର ପ୍ରିମୋଜ ରୋଗଲିକ୍‌ ଦ୍ୱିତୀୟ ଓ ପର୍ତ୍ତୁଗାଲର ୟୁଏଇ ଟିମ୍‌ ଏମିରେଟ୍ସ ରାଇଡର ଜୋଆଓ ଆଲ୍‌ମେଡା ତୃତୀୟ ସ୍ଥାନରେ ରହିଛନ୍ତି।

Share