Categories: ବାଣିଜ୍ୟ

ଫିଲିଙ୍ଗ ଷ୍ଟେଶନ ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୮: ସ୍ମାର୍ଟସିଟି ଭୁବନେଶ୍ୱରର ଖାଦ୍ୟପ୍ରିୟ ଲୋକଙ୍କ ପାଇଁ ଖାରବେଳ ନଗରଠାରେ ଏକ ନୂଆ ମଲଟି କ୍ୟୁଜେନ ରେଷ୍ଟୁରାଣ୍ଟ (ରେସ୍ତୋରାଁ) ଫିଲିଙ୍ଗ ଷ୍ଟେଶନ୍‌ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସମେତ ୱାର୍ଡ ନମ୍ବର ୩୫ର କର୍ପୋରେଟର ରଞ୍ଜୁଲତା ରାୟ ଏବଂ ୱାର୍ଡ ନମ୍ବର ୪୧ର କର୍ପୋରେଟର କବିତା ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଫିଲିଙ୍ଗ ଷ୍ଟେଶନ୍‌ର ମ୍ୟାନେଜିଂ ଡାଇରେକ୍ଟର ଆଦିତ୍ୟ ପାଢ଼ୀ କହିଛନ୍ତି, ସହରର କୌଣସି ସ୍ଥାନରୁ ଜଣେ ଗ୍ରାହକ ସୁବିଧାରେ ଯାତାୟାତ କରି ଏହି ରେସ୍ତୋରାଁରେ ଖାଦ୍ୟ ଗ୍ରହଣ କରି ପାରିବେ। ଏପରିକି ଏହି ରେସ୍ତୋରାଁର ଖାଦ୍ୟ ପରଷିବା ଶୈଳୀ ସମସ୍ତ ଗ୍ରାହକଙ୍କୁ ଆକୃଷ୍ଟ କରିବ। ବିଶେଷ କରି ଏଠାରେ ଉଭୟ ଇଣ୍ଡିଆନ ଏବଂ ଚାଇନିଜ୍‌ ସହିତ ତନ୍ଦୁର ଇତ୍ୟାଦି ପ୍ରସ୍ତୁତି ଖାଦ୍ୟ ଥାଳି ଗ୍ରାହକ ସୁଲଭ ମୂଲ୍ୟରେ ପାଇପାରିବେ। ସେହିଭଳି ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ନୂଆ ନାଁ ସାଙ୍ଗକୁ ନିଆରା ଢଙ୍ଗରେ ଖାଦ୍ୟ ପରଷୁଥିବା ରେସ୍ତୋରାଁ ଫିଲିଙ୍ଗ ଷ୍ଟେଶନ୍‌ ଗ୍ରାହକଙ୍କ ପ୍ରଥମ ପସନ୍ଦ ହେବ।

Share