ଫିଲ୍ମ ‘12th Fail’କୁ ଟିକସମୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨।୨: ହିନ୍ଦୀ ଫିଲ୍ମ ‘12th Fail’ ରାଜ୍ୟରେ ଟିକସମୁକ୍ତ ହେବ। ଶିଳ୍ପ ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଗୁରୁବାର ମଞ୍ଜୁରୀ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଫିଲ୍ମ ‘12th Fail’ ଚମ୍ବଲ ଉପତ୍ୟକାର ଜଣେ ଦ୍ୱାଦଶ ପରୀକ୍ଷାରେ ଅକୃତକାର୍ଯ୍ୟ ଯୁବକର ଜୀବନ ସଂଘର୍ଷ ଉପରେ ପର୍ଯ୍ୟବେଶିତ ବାସ୍ତବ ଧର୍ମୀ ଓ ପ୍ରେରଣାଦାୟୀ ଚଳଚ୍ଚିତ୍ର। ଏହା ସମସ୍ତ ଯୁବ ସମାଜ ପାଇଁ ଏକ ପ୍ରେରଣା ଓ ପଥ ପ୍ରଦର୍ଶକ ଭାବେ ସହାୟକ ହେବ। ତେଣୁ ରାଜ୍ୟ ସରକାର ଏହି ଫିଲ୍ମକୁ ଟିକସ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share