ସୁପ୍ରିମକୋର୍ଟରେ ପହଞ୍ଚିଲେ ‘ଆଦିପୁରୁଷ’ ନିର୍ମାତା

ନୂଆଦିଲ୍ଲୀ,୧୨।୭: ଆହ୍ଲାବାଦ ହାଇକୋର୍ଟରେ ହାଜର ହେବା ବିରୋଧରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଓକିଲ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ରଖିବାକୁ ଚେଷ୍ଟା କରିଥିଲେ, ହେଲେ ଆସନ୍ତାକାଲି ତାଙ୍କ ସମ୍ମୁଖରେ ଶୁଣାଣି ରଖିବାକୁ ପ୍ରଧାନ ବିଚାରପତି କହିଛନ୍ତି। ସୂଚନାଯୋଗ୍ୟ, ଫିଲ୍ମରେ ଧାର୍ମିକ ଚରିତ୍ରଗୁଡ଼ିକୁ ଭୁଲ ଭାବେ ଦର୍ଶାଯାଇଥିବା ନେଇ ନିର୍ମାତା, ନିର୍ଦ୍ଦେଶକ ଏବଂ ସଂଳାପ ଲେଖକଙ୍କୁ ଜୁଲାଇ ୨୭ ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଫିଲ୍ମ ‘ଆଦିପୁରୁଷ’ ନିର୍ମାତା ଭୂଷଣ କୁମାର, ସଂଳାପ ଲେଖକ ମନୋଜ ମୁନ୍ତାଶୀରଙ୍କୁ ୨୭ ଜୁଲାଇରେ କୋର୍ଟରେ ହାଜର ହେବାକୁ କହିଛନ୍ତି। ଏହା ସହିତ ହାଇକୋର୍ଟ ମଧ୍ୟ ଫିଲ୍ମ ଉପରେ ନିଜର ମତାମତ ଉପସ୍ଥାପନ କରିବାକୁ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share