Advertisement

ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଉପରେ ନିର୍ମାଣ ହେଲା ଫିଲ୍ମ: ‘ପ୍ରକାଶ ଦୁବେ କାନପୁର ଓ୍ବାଲା’ ର ଟ୍ରେଲର ରିଲିଜ

ମୁମ୍ବାଇ: ଉତ୍ତର ପ୍ରଦେଶ ପୋଲିସର ନିଦ ହଜାଇ ଦେଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ପୋଲିସ ଏନକାଣ୍ଟରରେ ମୃତ୍ୟୁ ହୋଇଛି ସତ। ହେଲେ ତାଙ୍କ ନାଁର ଚର୍ଚ୍ଚା ଏତେ ମାତ୍ରାରେ ହୋଇଛି ଯେ ଫିଲ୍ମ ନିର୍ମାତା ଏହାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଆଗେଇ ଆାସିଛନ୍ତି। ବିକାଶଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବ ବୋଲି କୁହାଯାଉଛି। ଫିଲ୍ମର ନାଁ ରଖାଯାଇଛି ‘ପ୍ରକାଶ ଦୁବେ କାନପୁର ଓ୍ବାଲା’। ଏହାର ଟ୍ରେଲର ନିକଟରେ ରିଲିଜ୍‌ କରାଯାଇଛି। ଗୋଲଡେନ ବାର୍ଡ ପିକଚର୍ସ ଦ୍ୱାରା ଏହାକୁ ନିର୍ମାଣ କରାଯାଇଛି। ଏଥିରେ ମୁଖ୍ୟ ଚରିତ୍ର ଅର୍ଥାତ୍‌ ବିକାଶ ଦୁବେଙ୍କ ଚରିତ୍ରରେ ନଜର ଆସିବେ ପ୍ରମୋଦ ବିକ୍ରମ ସିଂ। ରିଲିଜ୍‌ ହୋଇଥିବା ଟ୍ରେଲରର ଅବଧି ରହିଛି ୨ ମିନିଟ ୪୬ ସେକେଣ୍ଡ। ଏଥିରେ ବିକାଶ ଦୁବେଙ୍କ କ୍ରାଇମ ଜଗତ କଥା ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଥିବା କୁହାଯାଉଛି। ଏଥିରେ ବିକାଶଙ୍କ ମୁଖ୍ୟ ସହଯୋଗୀ ବୋଲି କୁହାଯାଉଥିବା ତାଙ୍କ ଭଣଜା ଅମର ଦୁବେଙ୍କ ଚରିତ୍ରକୁ ସମର ଦୁବେ ନାଁରେ ଚିତ୍ରିତ କରିଛନ୍ତି ନିର୍ମାତା ନିର୍ଦ୍ଦେଶକ। ଆକାଶ ସିଂ ଗହରଓ୍ବାର ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share