୩୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରି ରହିଥିଲେ। ଫିଲ୍ମଟି ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା। ଇତି ମଧ୍ୟରେ ଫିଲ୍ମଟି ୮ ଦିନରେ ସାରା ବିଶ୍ୱରେ ୩୦୦ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି। ରିଲିଜ୍‌ ପୂର୍ବରୁ ବୟକଟ୍‌ ଦାବି ହୋଇଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ୩୦୦ କୋଟି ଆୟ କରିବା ସବଠାରୁ ବଡ ବୋଲି କୁହାଯାଉଛି।
ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର-ଆଲିଆ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି। ଫିଲ୍ମାର ଉଭୟଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ରଣବୀର-ଆଲିଆ ବ୍ୟତିତ ଅମିତାଭ ବଚ୍ଚନ, ମୌନି ରୟ, ନାଗାର୍ଜୁନ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଅଛନ୍ତି।

Share