ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ଚକାଆଖି ସବୁ ଦେଖୁଛି, ପୁଅ ମୋର କଳା ଠାକୁର ଭଳି ଅନେକ ସୁପରହିଟ୍‌ ଫିଲ୍ମ ଦେଇସାରିଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଜଟଣୀସ୍ଥିତ ଘରେ ବସିଥିବା ବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ତ୍ରୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।
ଓଡ଼ିଶା ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ ସମ୍ମାନ ଜୟଦେବ ପୁରସ୍କାରରେ ରାଜୁ ମିଶ୍ର ପୁରସ୍କୃତ ହୋଇଥିଲେ। ସେ ସାଗର ଗଙ୍ଗା, ରୂପା ଗାଁର ସୁନା କନିଆ, ସତ ମିଛ, ଉଲ୍‌କା, ପଥର ଖସୁଛି ବଡ଼ ଦେଉଲୁ, ମମତା ମାଗେ ମୁଲ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ।

Share