ଏହି ଗୀତରେ ନାଚିବାକୁ ମନା କରି ଦେଇଥିଲେ ସୁସ୍ମିତା ସେନ୍‌ ଆଉ ତା’ ପରେ…

ମଲ୍ଟି ଷ୍ଟାର ଫିଲ୍ମ ‘ଫିଜା’ ୨୦୦୦ ସେପ୍ଟେମ୍ବର ୮ ରେ ମୁକ୍ତିଲାଭ କରିଥିଲା। ଆଜି ଏହି ଫିଲ୍ମ ରିଲିଜ୍‌କୁ ୨୧ ବର୍ଷ ପୁରିଛି। ହ୍ରିତିକ ରୋଶନ, କରିସ୍ମା କପୁର, ଜୟା ବଚ୍ଚନ, ସୁସ୍ମିତା ସେନ, ଏବଂ ଇଶା କୋପିକର ଏବଂ ଜନି ଲିଭରଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ବିପୁଳ ପରିମାଣର ଆୟ କରିଥିଲା। ଏହି ଫିଲ୍ମ ସହିତ ଇଶା ବଲିଉଡରେ ଡେବ୍ୟୁ କରିଥିଲେ। ଆତଙ୍କବାଦ ଦ୍ୱାରା ହସଖୁସି ପରିବାର କିପରି ନଷ୍ଟ ହୋଇଯାଏ ତାହା ଏହି ଫିଲ୍ମରେ ଦେଖାଯାଇଥିଲା। ପ୍ରଦୀପ ଗୁହା ଏହି ଫିଲ୍ମ ନିର୍ମାଣ କରିଥିଲେ। ଫିଲ୍ମର ସବୁଠାରୁ ହିଟ୍‌ ଗୀତ ‘ମେହବୁବ ମେରେ’ରେ ସୁସ୍ମିତାଙ୍କୁ ଖୁବ ପସନ୍ଦ କରାଯାଇଥିଲା, କିନ୍ତୁ ଏହାର ଗୀତ ଶୁଣିବା ପରେ ସୁସ୍ମିତା ଏହି ଗୀତ କରିବାକୁ ମନା କରିଦେଇଥିଲେ।
କୁହାଯାଏ ସୁସ୍ମିତା ଏହି ଗୀତର ଲିରିକ୍ସକୁ ପସନ୍ଦ କରୁ ନ ଥିଲେ ତେଣୁ ସେ ଏହା କରିବାକୁ ମନା କରିଦେଇଥିଲେ। ଏହାପୂର୍ବରୁ ଏହି ଗୀତ ‘ଆ ଗର୍ମି ଲେ ମେରେ ସିନେ ସେ’ରେ ଏକ ଲାଇନ୍‌ ଥିଲା, ଏହା ସୁସ୍ମିତା ଶୁଣିବା ପରେ କହିଥିଲେ ଯେ ମୁଁ ଏହା କରିପାରିବି ନାହିଁ, ପରେ ଫିଲ୍ମରେ ସଙ୍ଗୀତ ଦେଇଥିବା ଅନୁ ଗୀତକୁ ବଦଳାଇ ଏହାକୁ ‘ଆ ନର୍ମି ଲେ ମେରେ ଆଖେଁା ସେ ’କରିଦେଲେ। ସୁସ୍ମିତା ସେନ୍‌ଙ୍କ ଏହି ଗୀତରେ ଷ୍ଟେପ୍‌ ଗୁଡିକ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା।

Share