ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଓ୍ବାବାଡି’

ମୁମ୍ବାଇ: ଅପେକ୍ଷାର ଘଟିବ ଅନ୍ତ। ବହୁ ବାଦ ବିବାଦ ପରେ ଆଜି ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଓ୍ବାବାଡି’। ଫିଲ୍ମକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରି ଦେଇଛନ୍ତି। ତେବେ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଫିଲ୍ମର ନାଁ ବଦଳିବନି କି ଏହାର ରିଲିଜ୍‌ ତାରିଖ ଘୁଞ୍ଚିବନି ବୋଲି ସୁପ୍ରିମକୋର୍ଟ କହିଥିଲେ।
ଏହି ଫିଲ୍ମରେ ଗଙ୍ଗୁବାଈଙ୍କୁ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ କରି ତାଙ୍କ ପାଳିତ ପୁଅ ରାବଜୀ ଶାହା କୋର୍ଟର ଦ୍ୱାରସ୍ଥ ହେବା ପରେ ଏହାର ରିଲିଜ୍‌କୁ ନେଇ ଆଶଙ୍କା ଉପୁଜିଥିଲା। ତେବେ ଶେଷ ମୁହୂର୍ତ୍ତରେ ଫିଲ୍ମର ଟାଇଟଲ ବଦଳାଇବା ସମ୍ଭବ ନୁହେଁ ବୋଲି କୋର୍ଟଙ୍କୁ ଜଣାଇଥିଲେ ନିର୍ମାତା। ଫିଲ୍ମରେ ଗଙ୍ଗୁବାଈଙ୍କୁ ଛବି ଏବଂ ତାଙ୍କ ଚରିତ୍ରକୁ ନେଇ କୌଣସି ବି ପ୍ରକାରରେ ଅପମାନିତ କରାଯାଇ ନ ଥିବା ସେ ଦାବି କରିଥିଲେ।ଅଭିଯୋଗକାରୀ ଫିଲ୍ମ ନ ଦେଖି ଏଭଳି ଦାବି ଉଠାଇବା ଭୁଲ ବୋଲି ଭଂସାଲି ପ୍ରଡକ୍ସନର ଓକିଲ କହିଥିଲେ। ଏହାପରେ ସୁପ୍ରିମକୋର୍ଟ ବଚାରପତି ଏହି ଗଙ୍ଗୁବାଇଙ୍କ ପୋଷ୍ୟ ପୁତ୍ର ଆଣିଥିବା ଅଭିଯୋଗକୁ ଖାରଜ କରିବା ସହ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି।

Share