ଜୁନ ୧୦ରେ ରିଲଜ୍ ହେବ ‘ଜନହିତ ମେ ଜାରି’

ମୁମ୍ବାଇ: ଜୁନ୍ ୧୦ରେ ସିନେମା ହଲରେ ରିଲିଜ୍ ହେବ ସୋସିଆଲ କମେଡି ଫିଲ୍ମ ‘ଜନହିତ ମେ ଜାରି’ । ଜୟ ବସନ୍ତୁ ସିଂ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଅନୁଜ ସିଂ ଟିନୁ ଆନନ୍ଦ, ବିଜୟ ରାଜ ଓ ପରିତୋଷ ତ୍ରିପାଠୀ ରହିଛନ୍ତି । ନିର୍ମାତାଙ୍କ ସହ ଫିଲ୍ମର ଅଭିନେତ୍ରୀ ନୁସରତ ଭରୁଚା ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ରିଲିଜ୍ କରି ଏକ ୟୁନିକ ମେସେଜ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ମେସେଜରେ ଲେଖାଯାଇଛି, ‘ଏକ ୱମନିୟା ହେ ସବ ପେ ଭାରୀ, ୟେ ସୂଚନା ହୈ ଜନହିତ ମେ ଜାରି!’
ବିନୋଦ ଭାନୁଶାଳୀ ଓ ରାଜ ସାଣ୍ଡିଲ୍ୟଙ୍କ ଦ୍ୱାରା ପ୍ରସ୍ତୁତ, ଭାନୁଶାଳୀ ଷ୍ଟୁଡିଓଜ ଲିମିଟେଡ ଓ ଶ୍ରୀ ରାଘବ ଏଣ୍ଟରଟେନମେଣ୍ଟ ଏଲଏଲପିର ସହଯୋଗରେ ଥିଙ୍କ ଇଙ୍କ ପିକଚର୍ସ ପ୍ରଡକ୍ସନର ଫିଲ୍ମ ଜନହିତ ମେ ଜାରିକୁ ବିନୋଦ ଭାନୁଶାଳୀ, କମଲେଶ ଭାନୁଶାଳୀ, ବିଶାଳ ଭାନୁଶାଳୀ, ରାଜ ସାଣ୍ଡିଲ୍ୟ, ବିମଲ ଲାହୋଟି, ଶ୍ରଦ୍ଧା ଜନ୍ଦାବରକରଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ବଣ୍ଟି ରାଘବ ଓ ରାଜେଶ ରାଘବ ଓ ଜୁହି ପାରେଖ ମେହତା ଏହାର ସହ ନିର୍ମାତା ରହିଛନ୍ତି । ଜନହିତ ମେ ଜାରି ଜି ଷ୍ଟୁଡିଓଜ ଦ୍ୱାରା ରିଲିଜ କରାଯିବ । ଫିଲ୍ମର ପ୍ରଶଂସକ ଏହାକୁ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ।

Share