ଫିଲ୍ମରେ ରାଜ କରିବାକୁ ପ୍ରସ୍ତୁତ ହେଲେଣି ଧୋନି

ମୁମ୍ବାଇ: କ୍ରିକେଟ ଦୁନିଆର ଲୋକପ୍ରିୟ ଚେହେରା ମହେନ୍ଦ୍ର ସିଂ ଧୋନି । ତାଙ୍କ ସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ଖେଳ ଦୁନିଆ ପରେ ଏବେ ଫିଲ୍ମ ଦୁନିଆରେ ନିଜ ବାଜି ଲାଗାଇବାକୁ ପ୍ରସ୍ତୁତ ହେଲେଣି ଧୋନି । ତେବେ ତାଙ୍କ ପ୍ରଥମ ଫିଲ୍ମ ତାମିଲ ଭାଷାରେ ହେବ । ଏମ ଏସ ଧୋନି ସୋସିଆଲ ମିଡିଆରେ ଏତେ ଆକ୍ଟିଭ ନୁହେଁ । ହେଲେ ନିକଟରେ ସେ ତାଙ୍କ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଏଥିରେ ସେ ପ୍ରଯୋଜକ ଭାବେ କାମ କରିବେ, ଆଉ ଏହାର ଟାଇଟଲ ରହିଛି ‘ଲେଟସ୍ ଗେଟ୍ ମ୍ୟାରେଡ’ । ଧୋନି ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଏହାର ପ୍ରଥମ ଫିଲ୍ମର ମୋଶନ ପୋଷ୍ଟର ଶେୟାର କରିଛି । ଏହା ଆନିମେଟେଡ । ଏହି ତାମିଲ ମୁଭିରେ ଆକ୍ଟର ହରିଶ କଲ୍ୟାଣ, ଇଭାନା ନଜର ଆସୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ ରମେଶ ଥାମିଲାମାନି ।

ସୂଚନାଯୋଗ୍ୟ, ଫିଲ୍ମର ପୋଷ୍ଟର ଶେୟାର କରି ମେକର୍ସ ଲେଖିଛନ୍ତି, ଆମେ ଧୋନି ଏଣ୍ଟରଟେନମେଣ୍ଟର ପ୍ରଥମ ଫିଲ୍ମର ଘୋଷଣା କରି ଖୁବ୍ ଏକ୍ସାଇଟେଡ ଅଛୁ । ଯେତେବେଳେ ଧୋନିଙ୍କ ପ୍ରଶଂସକ ଜାଣିବାକୁ ପାଇଲେ କି ତାଙ୍କ ଏଣ୍ଟରଟେନମେଣ୍ଟର ପ୍ରଥମ ମୁଭି ଆସିବାକୁ ଯାଉଛି ସେତେବେଳେ ତାଙ୍କ ଖୁସିର ସୀମା ରହିଲା ନାହିଁ । ଖେଳାଳି କମ୍ ବଜେଟରେ ଫିଲ୍ମ ଲେଟ୍ସ ଗେଟ ମ୍ୟାରେଡ ସହ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଯଦିଓ ଧୋନି କୌଣସି ଅଭିନୟ କରୁ ନାହାନ୍ତି, ହେଲେ ଏହି ମୁଭିକୁ ନେଇ ତାଙ୍କ ପ୍ରଶଂସକ ଖୁବ୍ ଏକ୍ସାଇଟେଡ ଅଛନ୍ତି ।

Share