ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ସୁକେଶ ଘର ଉପହାର ଦେବା ପ୍ରସଙ୍ଗରେ କରିମ ମୋରାନୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଏହି ମାମଲାରେ ଇଡି ନିର୍ମାତା ଆଗାମୀ ଏକରୁ ଦୁଇ ଦିନ ମଧ୍ୟରେ ହାଜର ହେବାକୁ କହିଛି।
କରିମ ମୋରାନି ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା। ଯିଏ ଚେନ୍ନାଇ ଏକ୍ସପ୍ରେସ ଏବଂ ଶାହରୁଖ ଖାନଙ୍କ ଅଭିନୀତ ରା ୱାନ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ମୋରାନି ଏବଂ ତାଙ୍କ ଭାଇ ଏଲି ମୋରାନି ମଧ୍ୟ ଏକ ଫିଲ୍ମ ପ୍ରଡକ୍ସନ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସହ-ମାଲିକ ଅଟନ୍ତି। ମୋରାନି ତାଙ୍କ କ୍ୟାରିୟରରେ ଅନେକ ବିବାଦରେ ରହିଛନ୍ତି।