୨୦୨୦ ସେପ୍ଟେମ୍ବରରୁ ବିବାହ କରି ଲୁଚାଇଥିଲେ ଏହି ଲୋକପ୍ରିୟ ଫିଲ୍ମନିର୍ମାତା, ଏବେ କିନ୍ତୁ…

ବମ୍ବେ: କେତେବେଳେ ନିଜ ଫିଲ୍ମକୁ ନେଇ ତ ଆଉ କେତେବେଳେ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ ଅଭିଜ୍ଞ ଫିଲ୍ମନିର୍ମାତା ବିକ୍ରମ ଭଟ୍ଟ। ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ତାଙ୍କର ସମ୍ପର୍କ ଖବର ଶିରୋନାମା ପାଲଟୁଥିଲା। ଏବେ କିନ୍ତୁ ସବୁକିଛି ବଦଳିଯାଇଛି। କଥା ଆଉ ପ୍ରେମରେ ନାହିଁ। ବିକ୍ରମ ଲୁଚାଛପାରେ ବିବାହ କରି ସମସ୍ତଙ୍କୁ ଚମକାଇଛନ୍ତି ।

ଶ୍ୱେତାମ୍ବରୀ ସୋନିଙ୍କ ହାତ ଧରିଛନ୍ତି ବିକ୍ରମ। ଉଭୟ ପରସ୍ପରର ପ୍ରେମରେ ପଡ଼ିବା ପରେ ଗତ ବର୍ଷ ସେପ୍ଟେମ୍ବରରେ ବିବାହ କରିନେଇଥିଲେ। କେବଳ ପରିବାରଲୋକେ ଏହି କଥା ଜାଣିଥିଲେ। ଗୁରୁବାର ସ୍ତ୍ରୀ ଶ୍ୱେତାମ୍ବରୀଙ୍କ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ନିଜ ଫେସବୁକ୍‌ ଆକାଉଣ୍ଟରେ ବିକ୍ରମ ସ୍ନେହପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି। ଏହାପରେ ସବୁ କଥା ଲୋକଲୋଚନକୁ ଆସିଛି।

Share