ରିଲିଜ ପୂର୍ବରୁ ଅକ୍ଷୟଙ୍କ ଫିଲ୍ମର ନାଁ ବଦଳିଲା

ବମ୍ବେ: ରିଲିଜ ପୂର୍ବରୁ ବଦଳିଲା ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ବୀରାଜ’ର ନାମ। ଗୋଟିଏ ପଟେ ଅଧିନାୟକ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ନିର୍ମାତାମାନେ ଏଭଳି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଛନ୍ତି। ଶ୍ରୀ ରାଜପୁତ କରଣୀ ସେନାର ବିରୋଧ ପରେ ନିର୍ମାତା ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ଏକ ଚିଠି ମଧ୍ୟ କରଣୀ ସେନାକୁ ପଠାଯାଇଛି।

ୟଶ ରାଜ ଫିଲ୍ମ ପ୍ରାଇଭେଟ୍‌ ଲିମିଟେଡ୍‌ ବ୍ୟାନର୍‌ରେ ନିର୍ମାଣ ହୋଇଛି ଅକ୍ଷୟଙ୍କ ଫିଲ୍ମ। ଏହା ରାଜା ପୃଥ୍ବୀରାଜଙ୍କ ଉପଲବ୍ଧି ଏବଂ ବାହାଦୁରୀକୁ ଲୋକଲୋଚନକୁ ଆଣିବାକୁ ଚାହୁଁଛି। ବିରୋଧକୁ ଦୃଷ୍ଟିରେ ରଖି ଏହାର ନାମ ‘ସମ୍ରାଟ ପୃଥ୍ବୀରାଜ’ ରହିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହା ଜୁନ ୩ରେ ପରଦାକ ଆସିବ। ପ୍ରମୁଖ ଭୂମିକାରେ ଅକ୍ଷୟଙ୍କ ସହ ମାନୁଷୀ ଛିଲ୍ଲରଙ୍କୁ ଦର୍ଶକେ ଦେଖିବାକୁ ପାଇବେ।

Share