‘ମିଶନ ମଜନୁ’ର ରିଲିଜ୍‌ ଡେଟ୍‌ ଘୋଷଣା: ର’ ଏଜେଣ୍ଟ ଚରିତ୍ରରେ ନଜର ଆସିବେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବହୁ ପ୍ରତିକ୍ଷୀତ ଅପ୍‌କମିଂ ଫିଲ୍ମ ‘ମିଶନ ମଜନୁ’ର ପ୍ରଶଂସକ ପାଇଁ ଏକ ଖୁସି ଖବର। ମଙ୍ଗଳବାର ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ଶାନ୍ତନୁ ବାଗଚିଙ୍କ ନିର୍ଦ୍ଦେଶିତ ଏହି ସ୍ପାଏ, ଥ୍ରିଲର ଫିଲ୍ମ ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି। ଜାନୁଆରୀ ୨୦ରେ କେବଳ ନେଟ୍‌ଫ୍ଲିକ୍ସରେ ଫିଲ୍ମ ‘ମିଶନ ମଜନୁ’ ରିଲିଜ୍‌ ହେବ। ଏନେଇ ସିଦ୍ଧାର୍ଥ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫିଲ୍ମର ଏକ ନୂଆ ପୋଷ୍ଟର ଶେୟାର କରି ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ଜଣେ ସାହସୀ ଏଜେଣ୍ଟଙ୍କ ଅବିସ୍ମରଣୀୟ କାହାଣୀ। ଏଥିରେ ସିଦ୍ଧାର୍ଥ ଜଣେ ର’ ଏଜେଣ୍ଟଙ୍କ ଚରିତ୍ରରେ ନଜର ଆସିବେ। ତାଙ୍କ ବିପକ୍ଷରେ ରଶ୍ମିକା ମନ୍ଦାନା ପାକିସ୍ତାନରେ ରହୁଥିବା ଜଣେ ମୁସ୍‌ଲିମ ଯୁବତୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ସିଦ୍ଧାର୍ଥଙ୍କୁ ଶେଷ ଥର ପାଇଁ ଅଭିନେତା ଅଜୟ ଦେବଗନ ଏବଂ ରକୁଲ ପ୍ରୀତ୍‌ ସିଂଙ୍କ ସହ ‘ଥ୍ୟାଙ୍କ ଗଡ୍‌’ରେ ଦେଖିବାକୁ ମିଳିଥିଲା।

Share