Advertisement

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ମୁମ୍ବାଇ: ନିକଟରେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ତୈମୁରଙ୍କୁ ନେଇ ନିର୍ମାତା ନିର୍ଦ୍ଦେଶକ ମଧୁର ଭଣ୍ଡାରକର କୁଆଡେ ଫିଲ୍ମର ଟାଇଟଲ ରେଜିଷ୍ଟର କରି ସାରିଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ହେଲେ ନିକଟରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭଣ୍ଡାରକର ଏହା ଉପରୁ ପରଦା ହଟାଇଛନ୍ତି। ସେ କହିଛନ୍ତି ତୈମୁରଙ୍କୁ ନେଇ ସେ କୌଣସି ଫିଲ୍ମ କରୁ ନାହାଁନ୍ତି। ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି। ଶୈଫ ଅଲ୍ଲି ଖାଁ ଓ କରିନା କପୁର ଖାଁଙ୍କ ଷ୍ଟାର କିଡ୍‌ ତୈମୁର ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏମିତିକି ଖୁବ୍‌ ଛୋଟ ବୟସରୁ ସବୁଠାରୁ ଅଧିକ ପାରିଶ୍ରମିକ ନେଇ ବଲିଉଡରେ ଡେବ୍ୟୁ କରିବେ ବୋଲି ଶୁଣାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share