୯ମ ଶ୍ରେଣୀରୁ ଐଶ୍ୱର୍ଯ୍ୟାଙ୍କୁ ଆସିଥିଲା ଫିଲ୍ମ ଅଫର

ମୁମ୍ବାଇ: ପୂର୍ବତନ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ପ୍ରଶଂସକ ଖୁବ୍‌ ଭଲ ପାଆନ୍ତି। ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ ଐଶ୍‌ଙ୍କର ଲୋକପ୍ରିୟତା ରହିଛି। ସେ ତାଙ୍କର ବଳିଷ୍ଠ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଥାନ୍ତି। ଆଜି ବି ଐଶ୍ୱର୍ଯ୍ୟାଙ୍କର କ୍ରେଜ୍‌ କମିନାହିଁ। ଜାଣି ଆଶ୍ଚର୍ଯ୍ୟ ହେବେ ଐଶ୍ୱର୍ଯ୍ୟାଙ୍କ ନିକଟରୁ ଖୁବ୍‌ କମ୍‌ ବୟସରୁ ଫିଲ୍ମ ଅଫର ମିଳିଥିଲା।

ଐଶ୍ୱର୍ଯ୍ୟା ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ ତାଙ୍କୁ ପ୍ରଥମଥର କ୍ୟାମେଲିନ ପେନ୍‌ସିଲ୍‌ ଆଡ୍‌ ଫିଲ୍ମରେ ଅଫର ଆସିଥିଲା। ସେ ମୁମ୍ବାଇରେ ଆର୍କିଟେକ୍ଚରରେ ପାଠପଢ଼ା ଆରମ୍ଭ କରିଥିଲେ। ମାତ୍ର ମଡେଲିଂରେ କ୍ୟାରିୟର ଆରମ୍ଭ କରିବାରୁ ଅଧାରୁ ପାଠପଢ଼ା ଛାଡ଼ି ଦେଇଥିଲେ। ୧୯୯୩ରେ ପେପ୍ସୀ ଆଡ୍‌ରେ ତାଙ୍କୁ ସ୍ବତନ୍ତ୍ର ପରିଚୟ ମିଳିଥିଲା। ୧୯୯୪ରେ ମିସ୍‌ ଓ୍ବାଲର୍‌ଡ ହୋଇଥିଲେ।

Share