ପୁଣି ଅଡ଼ୁଆରେ ‘ଓଏମ୍‌ଜି ୨’

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ପୁଣି ଅଡ଼ୁଆରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମ୍‌ଜି ୨’। ପ୍ରଥମେ ସେନ୍‌ସର ବୋର୍ଡ ଫିଲ୍ମରେ ଥିବା ଆପତ୍ତିଜନକ ଦୃଶ୍ୟକୁ ହଟାଇବାକୁ କହି ‘ଏ’ ସାର୍ଟିଫିକେଟ୍‌ ଦେଇଥିଲା, ଯାହାକୁ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ହିଁ ଦେଖିପାରିବେ। ଏବେ ଉଜ୍ଜୟିନୀ ମହାକାଳ ମନ୍ଦିରର ପୂଜକମାନେ ଫିଲ୍ମ ବିରୋଧରେ ସିନେମା ନିର୍ଦ୍ଦେଶକ ଅମିତ୍‌ ରୟଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ନୋଟିସରେ ସେମାନେ କଥିତ ଭାବେ ଦେଖାଯାଇଥିବା ଅପମାନଜନକ ଦୃଶ୍ୟ ହଟାଇବାକୁ ଦାବି କରିଛନ୍ତି। ପୂଜକମାନଙ୍କ କହିବା କଥା, ସିନେମାରେ ଭଗବାନ୍‌ ଶିବଙ୍କ ଅବତାରକୁ ଭୁଲ୍‌ ଭାବରେ ଦର୍ଶାଯାଇଛି। ଶିବ ଫିଲ୍ମରେ କଚୁଡ଼ି ଖାଉଥିବା ଦେଖିବାକୁ ମିଳିଛି, ଯାହା ଭକ୍ତଙ୍କ ଭାବାବେଗକୁ ଆଘାତ କରୁଛି। ଏଣୁ ଭଗବାନ୍‌ ଶିବ ଏବଂ ମହାକାଳ ସମ୍ବନ୍ଧୀୟ ଯେଉଁ ଦୃଶ୍ୟ ରହିଛି, ତାକୁ ବାଦ୍‌ ଦିଆଯାଉ ବୋଲି ମନ୍ଦିରର ପୂଜାରୀମାନେ ଦାବି କରିଛନ୍ତି।

Share