ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା କେ ମୁରଲୀଧରନଙ୍କ ପରଲୋକ ଘଟିଛି। ତାମିଲନାଡୁ କୁମ୍ବାକୋନାମ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ତାମିଲ ପ୍ରଡ୍ୟୁସର ପରିଷଦର ସଭାପତି ମଧ୍ୟ ଥିଲେ। ଲକ୍ଷ୍ମୀ ଚଳଚ୍ଚିତ୍ରର ନିର୍ମାତା ଭାବରେ ସେ ପ୍ରଥମେ କାମ ଆରମ୍ଭ କରିଥିଲେ। ଏହାସହ ତାମିଲ ସିନେମାର କିଛି ବଡ ତାରକାଙ୍କ ସହିତ ବ୍ୟବସାୟିକ ଭାବରେ ସଫଳ ଚଳଚ୍ଚିତ୍ର ପରିବେଷଣ କରିଛନ୍ତି। କେ ମୁରଲୀଧରନ କମଲ ହାସନ,ବିଜୟକାନ୍ତ,କାର୍ତ୍ତିକ,ଅଜିତ, ବିଜୟ, ଧନୁଷ ଏବଂ ସିମ୍ବୁ ଭଳି ଷ୍ଟାର୍ଙ୍କ ସହ କାମ କରିଛନ୍ତି। ୨୦୧୫ରେ ତାଙ୍କର ଶେଷ ଚଳଚ୍ଚିତ୍ର ସାକାଲାକାଲା ଭାଲାଭାନ ମୁକ୍ତିଲାଭ କରିଥିଲା।