ବଲିଉଡ୍‌ରେ କରୋନା: ୪୫ ଜୁନିୟର ଆର୍ଟିଷ୍ଟ ଆକ୍ରାନ୍ତ

ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ନୂଆ ଷ୍ଟ୍ରେନ୍‌ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି କ୍ରମରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି କ୍ରିକେଟର ଓ ସେଲିବ୍ରିଟି ମଧ୍ୟ ଏଥିରୁ ବର୍ତ୍ତି ପାରିନାହାନ୍ତିି। ବଲିଉଡ୍‌ ଖିଲାଡୀ ବୟ ଅକ୍ଷୟ କୁମାରଙ୍କ ପରେ ଏବେ ଫିଲ୍ମ ‘ରାମ ସେତୁ’ର ୪୫ଜଣ ଜୁନିୟର ଆର୍ଟିଷ୍ଟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ସଙ୍ଗେ ସଙ୍ଗେ ସମସ୍ତ ସଂକ୍ରମିତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ସହ ବର୍ତ୍ତମାନ ଫିଲ୍ମ ଶୁଟିଂକୁ ବନ୍ଦ ରଖାଯାଇଛି। ଏନେଇ ଫେଡରେସନ୍‌ ଅଫ୍‌ ଓ୍ବେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍‌(FWICE)ର ସାଧାରଣ ସମ୍ପାଦକ ଅଶୋକ ଦୁବେ ସୂଚନା ଦେଇଛନ୍ତି।

Share