ଦୀର୍ଘ ସମୟ ପରେ ଥିଏଟରରେ ରିଲିଜ୍‌ ହେବ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରୀ’

ମୁମ୍ବାଇ: କରୋନା କାଳ ଯୋଗୁ ଦୀର୍ଘ ସମୟ ଧରି ସିନେମା ହଲ୍‌ ବନ୍ଦ ରହିଥିବାରୁ ଫିଲ୍ମ ରିଲିଜ୍‌ ଉପରେ ମଧ୍ୟ ବ୍ରେକ୍‌ ଲାଗିଯାଇଥିଲା। ବର୍ତ୍ତମାନ ଅନ୍‌ଲକ-୬.୦ରେ ସିନେମା ହଲ୍‌ ଖୋଲିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହି କ୍ରମରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ, ଦିଲଜୀତ ଦୋସାଞ୍ଝ ଓ ଫତିମା ସନା ଖାଁଙ୍କ କମେଡି ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରୀ’ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ଦୀପାବଳି ଅବସରରେ ନଭେମ୍ବର ୧୫କୁ ସିନେମା ହଲ୍‌ରେ ରିଲିଜ୍‌ ହେବ। କରୋନା କାଳ ଭିତରେ ପ୍ରଥମ ଥର ଏହି ଫିଲ୍ମ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଏନେଇ ଜି ଷ୍ଟୁଡିଓ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏହି ଫିଲ୍ମ ନଭେମ୍ବର ୧୩ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଏହା ଓଟିଟି କି ଥିଏଟରରେ ରିଲିଜ୍‌ ହେବ ସେନେଇ ସ୍ପଷ୍ଟ ହୋଇ ନ ଥିଲା। ହେଲେ କେନ୍ଦ୍ର ସରକାରଙ୍କ ସିନେମା ହଲ୍‌ ଘୋଷଣା ପରେ ଏବେ ଏହା ଥିଏଟରରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମନୋଜ ବାଜପେୟୀ ଭିନ୍ନ ଭିନ୍ନ ଲୁକ୍ସରେ ନଜର ଆସିବେ। ଏଥିରେ ସେ ଗୁପ୍ତଚର ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିବ।

Share