ଭାଇରାଲ ହେଉଛି ଅନୁପମଙ୍କ ଟୁଇଟର

ମୁମ୍ବାଇ: ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ର ପ୍ରଶଂସା ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଦର୍ଶକ ହୁଅନ୍ତୁ ଅବା କ୍ରିଟିକ୍ସ, ରିଲିଜ ପରଠାରୁ ‘ଦ କଶ୍ମୀର ଫାଇଲ୍ସ’କୁ ବକ୍ସ ଅଫିସରେ ଖୁବ୍ ଭଲ ରେସପନ୍ସ ମିଳୁଛି । ଏହି ଫିଲ୍ମ ଦେଖିବା ପରେ ଦର୍ଶକେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ରିଆକ୍ସନ ଦେଉଛନ୍ତି । ଏହାସହ ଫିଲ୍ମର କଳାକାରଙ୍କର ବି ବେଶ୍ ପ୍ରଶଂସା କରାଯାଉଛି । ନିକଟରେ ଅଭିନେତା ଅନୁପମ ଖେର ଏକ ଟୁଇଟ ଶେୟାର କରି କହିଛନ୍ତି ଯେତେବେଳେ ବିମାନ ବନ୍ଦରରେ କେତେଜଣ ଦର୍ଶକ ତାଙ୍କ ଫିଲ୍ମକୁ ଦେଖିବା ପରେ ତାଙ୍କୁ ଭେଟିଥିଲେ କେମିତି ଥିଲା ସେମାନଙ୍କ ରେସପନ୍ସ ।
ଅନୁପମ ଲେଖିଛନ୍ତି, ଯେତେବେଳେ ବିମାନ ବନ୍ଦରରେ ତାଙ୍କୁ ୧୨-୧୫ ଜଣ ଘେରିଗଲେ ସେତେବେଳେ ସେମାନେ କହିଥିଲେ, କ୍ଷମା କରିବେ କଶ୍ମୀର ପଣ୍ଡିତଙ୍କ ସହ ଏମିତି ସବୁ ହୋଇଥିଲା । ଆଉ ସିକ୍ୟୁରିଟି ଗାର୍ଡ କହିଥିଲେ ଖେର ସାହେବ ଆପଣଙ୍କ ଫିଲ୍ମ ତ ଦୋହଲାଇଦେଲା । ଏହାର ଅର୍ଥ ହେଉଛି ‘ଦ କଶ୍ମୀର ଫାଇଲ୍ସ’ ଦର୍ଶକଙ୍କ ମନକୁ ଛୁଇଁ ପାରିଛି । ଦିନେ ଦୁଇଦିନ ପୂର୍ବରୁ ଫିଲ୍ମର କାଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ତେବେ ଏଭଳି କାହାଣୀକୁ ନେଇ ପିଲ୍ମ ନିର୍ମାଣ କରିବାର ସାହସ ଜୁଟାଇଥିବାରୁ ମୋଦି ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଦେଇଥିଲେ ।

Share