ଫିଲ୍ମ ‘ଦ କାଶ୍ମୀର ଫାଇଲସ’୧୦୦ କୋଟି କ୍ଲବ୍‌ ସାମିଲ: ବିଭିନ୍ନ ସ୍ଥାନରେ ହଲ ଫୁଲ

ଫିଲ୍ମ ‘ଦ କାଶ୍ମୀର ଫାଇଲସ’ ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗୁଛି। ରିଲିଜ ହେବାର ଗୋଟିଏ ସପ୍ତାହରେ ୧୦୦ କୋଟି କ୍ଲବ୍‌ ସାମିଲ ହୋଇଛି ଏହି ଫିଲ୍ମ। ଅନେକ ସିନେମା ହଲ ହାଉସ ଫୁଲ ଚାଲୁଛି। ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଅସମ୍ଭବ ଭିଡ଼ ଜମୁଛି। ଏଥିରୁ ଜଣାପଡ଼ୁଛି ଯେ ଦ୍ୱିତୀୟ ସପ୍ତାହରେ ଫିଲ୍ମ ଜବରଦସ୍ତ ଆୟ କରିବ।
୧୯୯୦ ମସିହାରେ କଶ୍ମୀର ପଣ୍ଡିତଙ୍କ ସହିତ ହୋଇଥିବା ଅନ୍ୟାୟର କାହାଣୀକୁ ନେଇ ଏହି ଫିଲ୍ମ ତିଆରି କରାଯାଇଛି। ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଏହି ଫିଲ୍ମ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁପନ ଖେର। ଏହା ସହ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ, ଦର୍ଶନ କୁମାର, ଚିନମୟୀ ମାଣ୍ଡଲେକର ଏବଂ ଭାଶା ସୁମ୍ବଲି ପ୍ରମୁଖ ଅଭିନୟ କରିଛନ୍ତି।

Share