ରାୟପୁର, ୧୮ା୬: ବୋର୍ଓ୍ବେଲରେ ଖସିପଡ଼ିଥିବା ଛତିଶଗଡ଼ର ୧୧ ବର୍ଷୀୟ ବାଳକ ରାହୁଲ ସାହୁଙ୍କ ଉଦ୍ଧାର କାର୍ଯ୍ୟ ନେଇ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି ହେବା ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି। ରେସ୍କ୍ୟୁ ଅପରେଶନରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବଘେଲ ରାୟପୁରସ୍ଥିତ ବାସଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବଘେଲ କହିଥିଲେ ଯେ, ରାହୁଲ ରେସ୍କ୍ୟୁ ଅପରେଶନ୍ ଦେଶର ସବୁଠାରୁ ଦୀର୍ଘତମ ରେସ୍କ୍ୟୁ ଅପରେଶନ୍। ଏନ୍ଡିଆର୍ଏଫ୍ ଟିମ୍ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଏଥିରେ ସାମିଲ ଥିବାବେଳେ ଲୋକଙ୍କୁ ଏ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଉଦ୍ଧାର କାର୍ଯ୍ୟ ଉପରେ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି କରିବା ଉଚିତ୍ ହେବ। ଜାଞ୍ଜଗିର ଚାମ୍ପା ପିହରିଡ଼ ଗ୍ରାମର ରାହୁଲ ୧୦ ତାରିଖରେ ଖେଳୁଥିବା ସମୟରେ ବୋର୍ଓ୍ବେଲ୍ ଗାତରେ ପଡ଼ିଯାଇଥିଲେ। ଦିବ୍ୟାଙ୍ଗ ରାହୁଲଙ୍କୁ ୮୦ ଫୁଟ ବୋର୍ଓ୍ବେଲରୁ ବାହାର କରିବା ବଡ଼ ଜଟିଳ ଥିଲା।