୧୦ ଅଭିନେତ୍ରୀଙ୍କ ସହ ସଲମାନ କରିବେ ଏହି ଫିଲ୍ମ

ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ବହୁତ ପ୍ରଂଶସକ। ସମସ୍ତେ ତାଙ୍କୁ ଖୁବ୍‌ ଭଲପାଆନ୍ତି। ପ୍ରଂଶସକ ଆଜି ବି ତାଙ୍କ ଫିଲ୍ମକୁ ଚାତକ ପରି ଚାହିଁ ବସିଥାନ୍ତି। ତାଙ୍କର ଆଗକୁ ଅନେକ ଫିଲ୍ମ ଆସୁଛି । କିନ୍ତୁ ନିକଟରେ ତାଙ୍କର ଏପରି ଏକ ଫିଲ୍ମ ବିଷୟରେ ସୂଚନା ମିଳିଛି ଯେଉଁଥିରେ ଜଣେ, ଦୁଇ ଜଣ କି ତିନି ଜଣ ନୁହଁନ୍ତି, ବରଂ ଦଶ ଜଣ ଅଭିନେତ୍ରୀ ତାଙ୍କ ସହ ନଜର ଆସିବେ। ଏହି ଫିଲ୍ମ ହେଉଛି ‘ନୋ ଏଣ୍ଟ୍ରି’ ।
ସେ ବର୍ତ୍ତମାନ ଶୁଟିଂବେ ନିଜକୁ ବ୍ୟସ୍ଥ ରଖିଛନ୍ତି। ‘କବି ଇଦ୍‌ କବି ଦିୱାଲୀ’ ଫିଲ୍ମର ଶୁଟିଂ ନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ବର୍ତ୍ତମାନ ତାଙ୍କର ଅନ୍ୟ ଏକ ଫିଲ୍ମ ବିଷୟରେ ସୂଚନା ମିଳୁଛି। ସଲମାନଙ୍କ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲ ହେବାକୁ ଯାଉଛି ଯାହାର ନାମ ‘ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି ’।
ଫିଲ୍ମରେ ଦଶ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ। ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ନାମ ଘୋଷଣା କରାଯାଇ ନାହିଁ। କୁହାଯାଉଛି ପୁରୁଣା ଚେହେରା ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଫିଲ୍ମର ନିର୍ଦ୍ଦେଶକ ଆନିସ ବାଜମି ଏକ ସାକ୍ଷାତକାରରେ କହିଥିଲେ ଯେ, ସଲମାନ ଏହି ଫିଲ୍ମ ପ୍ରତି ବହୁତ ଆଗ୍ରହ ଦେଖାଉଛନ୍ତି।

Share