ଫିଲ୍ମ ‘ଯଶୋଦା’ ଟ୍ରେଲର୍‌ ରିଲିଜ୍‌

ସାଉଥ ଫିଲ୍ମ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଯଶୋଦା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଟ୍ରେଲର୍‌କୁ ଦେଖିବା ପରେ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ତେବେ ଟ୍ରେଲର୍‌ରେ ସାମନ୍ଥାକୁ ଜଣେ ଗର୍ଭବତୀ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମଟି ତେଲୁଗୁ,ତାମିଲ, କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ ଭାଷାରେ ନଭେମ୍ବର ୧୧ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ହରି ଏବଂ ହରିଶ। ‘ଯଶୋଦା’ ବ୍ୟତିତ ସାମନ୍ଥା ଫିଲ୍ମ ଖୁସିରେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ।

Share