ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟ୍‌କା: ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ

ଗୁରୁରାଟୀ ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ଆଶିଷ କକ୍କଟଙ୍କର ପରଲୋକ ଘଟିଛି। ୪୯ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଶିଷ ନିଜ ପୁଅର ଜନ୍ମଦିନ ପାଳନ କରିବା ପାଇଁ ଅହମ୍ମଦାବାଦରୁ କୋଲକାତା ଯାଇଥିଲେ। ନଭେମ୍ବର ୬ରେ ତାଙ୍କର ଫେରିବାର ଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଆଶିଷଙ୍କ ମୃତ୍ୟୁରେ ଗୁଜୁରାଟୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଝଟ୍‌କା ଲାଗିଛି। ଆଶିଷ ‘ବେଟର ହାଫ୍‌’ ଏବଂ ‘ମିଶନ ମମୀ’ ପାଇଁ ବେଶ୍‌ ଜଣାଶୁଣା ଥିଲେ।

Share