ଫିଲ୍ମ ମେକର କୁଲଜିତ ପାଲଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ର୍ନିମାତା କୁଲଜିତ ପାଲଙ୍କ ପରଲୋକ ହୋଇଛି। ମୁମ୍ବାଇର ସାଣ୍ଟାକ୍ରୁଜ ଶ୍ମଶାନରେ ରବିବାର ମଧ୍ୟାହ୍ନ ୧୨ଟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ତାଙ୍କ ଆତ୍ମାର ଶାନ୍ତି ପାଇଁ ଜୁନ ୨୯ ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ଏକ ପ୍ରାର୍ଥନା ସଭା ମଧ୍ୟ ଆୟୋଜିତ ହେବ ବୋଲି ସୂଚନା ରହିଛି।
କୁଲଜିତ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଜୁନ ୨୪ରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି। ମ୍ୟାନେଜର ସଞ୍ଜୟ ବାଜପେୟି ଇ ଟାଇମ୍ସକୁ ଏହି ସୂଚନା ଦେଇଛନ୍ତି।
କୁଲଜିତ ପାଲ ବଲିଉଡ ଫିଲ୍ମ ନିର୍ମାତା ଭାବେ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମରେ ବ୍ରେକ ଦେଇଥିଲେ। ହେଲେ ସେହି ପ୍ରୋଜେକ୍ଟ ଆଗକୁ ବଢି ନ ଥିବାରୁ ଫିଲ୍ମଟି ବନ୍ଦ ହୋଇ ଯାଇଥିଲା।
କୁଲଜିତ ପାଲ ତାଙ୍କ କ୍ୟାରିୟରରେ ଅର୍ଥ, ଆଜ, ପରମାତ୍ମା, ଭାସନା, ଦୋ ଶିକାରୀ ଏବଂ ଆଶିଆନା ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

Share