ମହେଶ ଭଟ୍ଟଙ୍କ ହାର୍ଟ ସର୍ଜରି

ଆଜିକାଲି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଆଳିଆଭ ଭଟ୍ଟଙ୍କ ମହେଶ ଭଟ୍ଟଙ୍କ ସ୍ବାସ୍ଥ୍ୟକୁ ନେଇ ଭଟ୍ଟ ପରିବାର ଟେନସନରେ ଅଛନ୍ତି। ନିକଟରେ ମହେଶଙ୍କ ହାର୍ଟ ସର୍ଜରି ହୋଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।
ଗତ ମାସରେ ମହେଶ ତାଙ୍କ ହାର୍ଟ ଜିକିତ୍ସା କରାଇଥିଲେ। ଏହି ସମୟରେ ତାଙ୍କୁ ଶୀଘ୍ର ସର୍ଜରି କରିବା ଆବଶ୍ୟକ ହୋଇପାରେ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଏବେ ସେ ହାର୍ଟ ସର୍ଜରି କରିଛନ୍ତି।
ମହେଶ ଭଟ୍ଟ ନିଜ କ୍ୟାରିୟରରେ ସେ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ନିର୍ମାଣକରିଛନ୍ତି। ସେ ୨୬ ବର୍ଷ ବୟସରେ ଫିଲ୍ମ ‘ମଞ୍ଜିଲେ ଔର ଭି ହେଁ’ର ନିର୍ଦ୍ଦେଶନା ଦେଇଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁଲେ ନାହିଁ। ସାରାଂଶ, ର୍ଥ, ନାମ, କରତୁତ୍‌, ଆଶିକି, ଦିଲ ହୈ କି ମାନ୍‌ ତା ନେହିଁ ଭଳି ଅନେକ ହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Share