ଆତ୍ମଦାହ କଲେ ଏହି ବଲିଉଡ୍‌ ଫିଲ୍ମନିର୍ମାତାଙ୍କ ସ୍ତ୍ରୀ-ଝିଅ: ଆପାର୍ଟମେଣ୍ଟରୁ ନିଆଁ ବାହାରୁଥିବା ଦେଖି…

ବମ୍ବେ: ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଛନ୍ତି ଫିଲ୍ମନିର୍ମାତା ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀ ଓ ତାଙ୍କର ଝିଅ। ଅନ୍ଧେରୀର ଡିଏନ୍‌ ନଗରସ୍ଥିତ ବାସଭବନରେ ଉଭୟ ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଘଟଣା ବିଷୟରେ ମୁମ୍ବାଇ ପୋଲିସ ବୁଧବାର ସୂଚନା ଦେଇଛି।

ସନ୍ତୋଷଙ୍କ ସ୍ତ୍ରୀ ଅସ୍ମିତା ଗୁପ୍ତା ଦୀର୍ଘଦିନରୁ କିଡନୀଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ଜାରି ରହିଥିଲା। ହେଲେ ସୋମବାର ଅପରାହ୍ନରେ ସେ ରହୁଥିବା ଆପାର୍ଟମେଣ୍ଟରୁ ନିଆଁ ବାହାରୁଥିବା ପଡୋଶୀମାନେ ଦେଖିବାକୁ ପାଇଥିଲେ। ଏନେଇ ଦମକଳ ବିଭାଗକୁ ଖବର ଦିଆଯାଇଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ କୁପର ହସ୍ପିଟାଲ ନିଆଯାଇଥିଲା। ହେଲେ ସେତେବେଳକୁ ଅସ୍ମିତାଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ମଙ୍ଗଳବାର ତାଙ୍କ ଝିଅ ଆଖି ବୁଜିଛନ୍ତି। ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share