Categories: ଖେଳ

ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ: ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୭ା୮: ଅଗଷ୍ଟ ୧୨ ତାରିଖରେ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀତାଲିକା ସୋମବାର ପ୍ରକାଶ ପାଇଛି।

୪ ଉପସଭାପତି ପାଇଁ ୫ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କୁସ୍ତିଯୋଦ୍ଧା କର୍ତ୍ତାର ସିଂ ରହିଛନ୍ତି। କର୍ତ୍ତାର (୧୯୭୮ ବ୍ୟାଙ୍କକ୍‌ ଓ ୧୯୮୬ ସିଓଲ) ୨ ଥର ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ହୋଇଥିଲେ। ସେ ପୂର୍ବତନ ଡବ୍ଲ୍ୟୁଏଫ୍‌ଆଇ ସେକ୍ରେଟାରୀ ଜେନେରାଲ ମଧ୍ୟ ରହିଥିଲେ। ତାଙ୍କ ନିକଟରେ ଯଥେଷ୍ଟ ପ୍ରଶାସନିକ ଅଭିଜ୍ଞତା ରହିଛି। ଉପସଭାପତି ପାଇଁ ପାର୍ଥୀ ହୋଇଥିବା ଅନ୍ୟମାନେ ହେଲେ ଅସିତ କୁମାର ଶାହା(ବେଙ୍ଗଲ), ଜୟ ପ୍ରକାଶ(ଦିଲ୍ଲୀ), ମୋହନ ଯାଦବ(ମଧ୍ୟପ୍ରଦେଶ) ଏବଂ ଏନ୍‌ ଫୋନି (ମଣିପୁର)। ସଭାପତି ପଦବୀ ପାଇଁ ଡବ୍ଲ୍ୟୁଏଫ୍‌ଆଇର ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଅନୁଗତ ଭାବେ ଜଣାଶୁଣା ସଞ୍ଜୟ କୁମାର ସିଂ(ଉତ୍ତର ପ୍ରଦେଶ) ଏବଂ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଅନୀତା ଶେଓରାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।

Share