Categories: ଖେଳ

ଚେନ୍ନାଇରେ ଶେଷ ଏକ ଦିବସୀୟ ମ୍ୟାଚ: ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି…

ଚେନ୍ନାଇ,୨୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କର ବା ମର ସ୍ଥିତିରେ ଟିମ୍‌ ଇଣ୍ଡିଆ ସିରିଜ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ପ୍ରଥମ ଦିନିକିଆ ୫ ୱିକେଟ ଜିତିବା ପରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦ୍ୱିତୀୟ ଦିନିକିଆ ୧୦ ୱିକେଟରେ ହାରିଥିଲା। ଏଭଳି ପରିସ୍ଥିତିରେ ତୃତୀୟ ତଥା ଶେଷ ମ୍ୟାଚ ଟିମ୍‌ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ୨୨ ମାର୍ଚ୍ଚ ବୁଧବାର ଦିନ ଖେଳାଯିବ ।

ଭାରତୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏରୁ ମ୍ୟାଚ ଆରମ୍ଭ ହେବ। ଟସ ଅପରାହ୍ନ ଗୋଟାଏରେ ହେବ।

ଷ୍ଟାର ସ୍ପୋର୍ଟସ ନେଟୱାର୍କର ଭାରତ ଏବଂ ଅଷ୍ଟ୍ରେଲିଆ ଏକଦିବସୀୟ ସିରିଜକୁ ଟେଲିକଷ୍ଟ କରିବାର ଅଧିକାର ଅଛି। ଷ୍ଟାର୍‌ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ହିନ୍ଦୀ ଏବଂ ଇଂଲିଶ ବ୍ୟତୀତ ଦେଶର ଅନ୍ୟ ଭାଷାରେ କମେଣ୍ଟ୍ରି ସହିତ ଏହି ମ୍ୟାଚ ଦେଖିହେବ।

ଏହି ମ୍ୟାଚର ଲାଇଭ-ଷ୍ଟ୍ରିମିଂ ଭାରତର ହଟଷ୍ଟାର ଆପରେ ଦେଖିବାକୁ ମିଳିବ। ଏହି ମ୍ୟାଚ ଡିଡି ଫ୍ରି ଡିସରେ ଡିଡି ସ୍ପୋର୍ଟସ ଚ୍ୟାନେଲରେ ମାଗଣାରେ ଦେଖାଯାଇପାରିବ। ଏହି ମ୍ୟାଚର ଲାଇଭ ଟେଲିକାଷ୍ଟକୁ ଜିଓ ଟିଭିରେ ମଧ୍ୟ ଦେଖିହେବ। ଏଥିପାଇଁ କୌଣସି ଶୁଳ୍କର ଆବଶ୍ୟକତା ନାହିଁ। ଟାଟା ସ୍କାଏ ସଂଯୋଗ ଥିବା ଗ୍ରାହକ ଟାଟା ପ୍ଲେ ଆପରେ ମ୍ୟାଚ ମଧ୍ୟ ଦେଖିପାରିବେ। ଏଥିପାଇଁ ଅତିରିକ୍ତ ଦେୟର ଆବଶ୍ୟକତା ନାହିଁ।

 

Share