ଜଳେଶ୍ୱର, ୩ା୨(ଡି.ଏନ.ଏ.) ସମଗ୍ର ରାଜ୍ୟର ୧୦୭ ପୌରପରିଷଦ ଲାଗି ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ା ଏଥିରେ ବାଲେଶ୍ୱର ଜିଲା ଜଳେଶ୍ୱର ପୌରପାଳିକାର ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ହୋଇଥିବାରୁ ଏହାକୁ ରାଜନୈତିକ ଦଳଗୁଡିକ ସ୍ବାଗତ କରିଛନ୍ତି। ପୌର ନିର୍ବାଚନର ବିଗୁଲ ବାଜିବା ପୂର୍ବରୁ ୱାର୍ଡଗୁଡିକ ମଧ୍ୟ ସଂରକ୍ଷିତ ହୋଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି ା ୱାର୍ଡ ନଂ. ୧, ୨, ୬, ୭, ୮, ୯, ୧୨ ସାଧାରଣ ବର୍ଗ ପାଇଁ ରହିଥିବା ବେଳେ ୱାର୍ଡ ନଂ. ୩, ୪, ୫, ୧୦, ୧୧, ୧୩, ୧୪, ୧୭ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହାବ୍ୟତୀତ ୧୦ ନଂ. ୱାର୍ଡ ଅନୁସୂଚିତ ଜାତି ମହିଳା, ୧୫ନଂ. ୱାର୍ଡ ଅନୁସୂଚିତ ଜନଜାତି ମହିଳା ଓ ୧୬ନଂ. ୱାର୍ଡ ଅନୁସୂଚିତ ଜନଜାତି ପୁରୁଷ ଲାଗି ସଂରକ୍ଷିତ ରହିଛି ା