ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଚିତ୍ରକୋଣ୍ଡା,୯।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ୧୧ ତାରିଖରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହେବ l ଏଥିପାଇଁ ଚିତ୍ରକୋଣ୍ଡା ବ୍ଲକରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକୋଣ୍ଡା ବ୍ଲକ ବିଡ଼ିଓ ରଘୁନାଥ ମୁଣ୍ଡାରୀଙ୍କ ନେତୃତ୍ୱରେ ଏବଂ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ଆଗେଇ ଚାଲିଛିl ସୋମବାର ବ୍ଲକ ସଭାଗୃହରେ ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ଆନୁଷ୍ଠାନିକ ଭାବେ ବ୍ୟାଚ୍‌ ଲଞ୍ଚ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଜିପିଓ ହେମନ୍ତ କୁମାର ଭୂୟାଁ,ଚିତ୍ରକୋଣ୍ଡା ସମତି ସଭ୍ୟ ରାଜକମଲ ପୁରୋହିତ, ସିପି ସୁଧା ମଣ୍ଡଳ, କିରାନି ରଘୁନାଥ ବେହେରା ଏବଂ ଅନ୍ୟ ବ୍ଲକ କର୍ମଚାରୀଙ୍କ ସହିତ ରାଲେଗଡା ସରପଞ୍ଚ କମଳୁ ହନ୍ତାଳ ଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଏବଂ ସଦସ୍ୟ ଉପସ୍ଥିତ ଥିଲେ l