Categories: ଖେଳ

ସିଏସକେକୁ ଫାଇନାଲ ଟିକଟ…

ଚେନ୍ନାଇ,୨୩।୫ : ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି ) ବିପକ୍ଷରେ  ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)   ୧୫ ରନରେ ବିଜୟ ହାସଲ କରିଛି । ଏହା ସହିତ ସିଏସକେକୁ ଫାଇନାଲ ଖେଳିବାର ଟିକଟ ମିଳିଛି। ସିଏସକେକୁ ଦଶମ ଥର ପାଇଁ ଆଇପିଏଲ ଫାଇନାଲରେ ଖେଳିବାର ସୁଯୋଗ ମିଳିଛି। ଜିଟି ଏବେ ଏଲିମିନେଟର ମ୍ୟାଚର ବିଜେତା ସହ ଖେଳିବ।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଜିଟି ୨୦ ଓଭରରେ  ୧୦ ୱିକେଟ ହରାଇ ୧୫୭  ରନ କରିଥିଲା ।

ଜିଟି ପକ୍ଷରୁ ରିଦ୍ଧିମାନ ଶାହା ୧୨ ରନ କରିଥିବା ବେଳେ ଶୁଭମାନ ଗିଲ ୪୨ ରନ, ଦାସୁନ ଶାନାକା ୧୭ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ, ଡେଭିଡ ମିଲର ୪ ରନ, ରଶିଦ ଖାନ ୩୦ରନ , କରିଥିଲେ ।

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଜିଟି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ସିଏସକେ ଦଳ ଅଧିନାୟକ ଏମଏସ ଧୋନିଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ସିଏସକେ ଦଳ ୭ ଓ୍ବିକେଟ ହରାଇ ୧୭୨ ରନ କରିଥିଲା। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ  ଥିଲା।

ସିଏସକେ ପକ୍ଷରୁ ଋତୁରାଜ ଗାଇକ୍ୱାଡ ୬୦ ରନ କରିଥିବାବେଳେ ଡେଭେନ କୋନଓ୍ବେ ୪୦ ରନ, ଅଜିଙ୍କ୍ୟ ରାହାଣେ ୧୭ ରନ, ଅମ୍ବାତି ରାୟଡୁ ୧୭ ରନ, ରବୀନ୍ଦ୍ର ଜାଡେଜା ୨୨ ରନ, ମୋଇନ ଅଲ୍ଲ୍ଲୀ ୯ ରନ କରିଥିଲେ।

 

 

Share