Categories: ଜାତୀୟ

ବିହାରରେ ହେବ ଜାତିଭିତ୍ତିକ ଜନଗଣନା: ନୀତୀଶ ସରକାରଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

ପାଟନା,୧।୮: ବିହାରରେ ଜାତିଭିତ୍ତିକ ଜନଗଣନା ଉପରେ ପ୍ରତିବନ୍ଧକକୁ ପାଟନା ହାଇକୋର୍ଟ ହଟାଇ ଦେଇଛନ୍ତି। ମଙ୍ଗଳବାର ହାଇକୋର୍ଟ ନୀତୀଶ ସରକାରଙ୍କ ସପକ୍ଷରେ ନିଷ୍ପତ୍ତି ନେଇଥିବାବେଳେ ବିହାରରେ ଜାତି ଭିତ୍ତିକ ଗଣନା କରାଯିବ ବୋଲି କହିଥିଲେ। ମେ ୪ରେ ପାଟନା ହାଇକୋର୍ଟଙ୍କ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ରୋକ ଲାଗୁ କରାଯାଇଥିଲା।
ଆବେଦନକାରୀଙ୍କ ଓକିଲ ଦୀନୁ କୁମାର କହିଛନ୍ତି ଯେ, ବର୍ତ୍ତମାନ ଆମେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବୁ। ଜାତିଭିତ୍ତିକ ଜନଗଣନା କରିବାର ବିହାର ସରକାରଙ୍କର ଅଧିକାର ନାହିଁ। ଜାତିଭିତ୍ତିକ ଜାତିଭିତ୍ତିକ ଜନଗଣନା ଉପରେ ପ୍ରତିବନ୍ଧକ ଲଗାଇବାକୁ ମୋଟ ୬ଟି ଆବେଦନ କରାଯାଇଥିଲା। ସମସ୍ତ ଆବେଦନକୁ ଖାରଜ କରାଯାଇଛି।
ପାଟନା ହାଇକୋର୍ଟ ପାଞ୍ଚ ଦିନ ପାଇଁ ବିସ୍ତୃତ ଯୁକ୍ତି ଶୁଣିବା ପରେ ଜୁଲାଇ ୭ରେ ରାଜ୍ୟରେ ଜାତିଭିତ୍ତିକ ସର୍ଭେ କରିବା ପାଇଁ ବିହାର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଥିଲେ। ଆଡଭୋକେଟ ଜେନେରାଲ ପି.କେ ଶାହି କୋର୍ଟରେ ସରକାରଙ୍କ ପକ୍ଷ ଉପସ୍ଥାପନ କରିଥିଲେ।
ଏହି ସର୍ଭେ କରିବାର ବିହାର ସରକାରଙ୍କର ଅଧିକାର ନାହିଁ ବୋଲି ଆବେଦନରେ କୁହାଯାଇଛି। ଏହା କରି ସରକାର ସମ୍ବିଧାନର ଉଲ୍ଲଂଘନ କରୁଛନ୍ତି। ଜାତି ଜନଗଣନାରେ, ଲୋକଙ୍କ ଜାତି ସହିତ, ସେମାନଙ୍କର କାର୍ଯ୍ୟର ବିବରଣୀ ଏବଂ ସେମାନଙ୍କର ଯୋଗ୍ୟତା ମଧ୍ୟ ନିଆଯାଉଛି। ଏହା ଗୋପନୀୟତା ଅଧିକାରର ଉଲ୍ଲଂଘନ। ଜାତିଭିତ୍ତିକ ଜନଗଣନା ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ଟିକସ ଅର୍ଥର ଅପଚୟ।

Share