ଶେଷରେ ଜେଲ୍‌ ଗଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର ଅଫିସ,୧୫।୧୦: ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଝାଡାଙ୍କୋଲି ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଗିରଫ କରିଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ବୈକୁଣ୍ଠନଗରବରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ ବୁଧବାର ଚଢାଉ କରିଥିଲା। ଶିକ୍ଷକ ଭୁବନାନନ୍ଦ ସାହୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କର ବ୍ରହ୍ମପୁର ବାସଭବନ, ଭୁବନେଶ୍ୱରରେ ଥିବା ଫ୍ଲାଟ ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା। ୯ଟି ଟିମ ଗଠନ କରାଯାଇ ଶିକ୍ଷକଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଚଢାଉ କରାଯାଇଥିଲା। ଚଢାଉ ପରେ ଶ୍ରୀ ସାହୁ ଏବଂ ତାଙ୍କ ପରିବାରଙ୍କ ନାମରେ ମୋଟ ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ଠାବ କରିଥିଲା।

Share