ଶେଷରେ ଧାନ ଉଠାଇଲା ପ୍ରଶାସନ

ସରଣ୍ଡା,୨୧।୧୧(ଡି.ଏନ୍‌.ଏ. ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଜିଲାର ଅତାବିରା ବ୍ଲକ ଅଧୀନ ଗୋଡ଼ଭଗା ମଣ୍ଡିରେ ଏହାର ଶୁଭାରମ୍ଭ କରାଯାଇଛି। ସକାଳେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ଧାନ ବିକିବାକୁ ଆସିଥିବା ଚାଷୀଙ୍କ ଧାନ ଗାଡିକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଥିଲା l ପରେ ସରକାରୀସ୍ତରରେ ବରଗଡ଼ ଉପ ଜିଲାପାଳ ତଥା ଆର୍‌ଏମ୍‌ସି ଅଧ୍ୟକ୍ଷ ଲଲାଟ କୁମାର ଲୁହା ପୂଜା ପାଠ କରି ଶୁଭାରମ୍ଭ କରିବାକୁ ମଣ୍ଡିରେ ପହଞ୍ଚିଥିଲେ l ତେବେ ଚାଷୀ ଧାନ ବିକ୍ରି କରିବାକୁ ଆସିଥିବା ବେଳେ ସଂଗଠନ ପକ୍ଷରୁ ପୂଜାର୍ଚ୍ଚନା ସରିଛି ପ୍ରଶାସନ ଧାନ କିଣି ପୂଜାର୍ଚ୍ଚନା କରନ୍ତୁ ବୋଲି ଚାଷୀ ସଂଗଠନ ଅଡ଼ି ବସିଥିଲେ। ଚାଷୀଙ୍କ ଦାବିକୁ ସମ୍ମାନ ଜଣାଇ ଉପଜିଲାପାଳ ଲୁହା ଠିକ ଅଛି ତାହା ହିଁ ହେବ କହି ଫେରିଯାଇଥିଲେ। ଏହାପରେ ଅନଲାଇନ ପ୍ରକ୍ରିୟା ଓ ଉପରିସ୍ଥ ଅଫିସରଙ୍କ ସହ କଥାବାର୍ତ୍ତା କରି ଶେଷରେ ଧାନ କିଣା ଆରମ୍ଭ କରିଛନ୍ତି ଉପ-ଜିଲାପାଳ ଲୁହା l ସୋମବାର ବିକ୍ରି ପାଇଁ ଟୋକନ ଥିବା ଚାଷୀ ଲରମ୍ଭାର ବୁଲୁ ପ୍ରଧାନଙ୍କ ୮୧ କୁଇଣ୍ଟାଲ ୭୧କେଜି ଏବଂ ଜେ. ସତ୍ୟପୁଷ୍ପାଙ୍କ ୨୮.୦୩ କୁଇଣ୍ଟାଲ ଧାନ କିରାଯାଇଛି।

 

Share