ଶେଷରେ ମାନିଲା ଚାଇନା: ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ପ୍ରଦାନ କଲା ବୀର ପଦକ…

ବେଜିଂ,୧।୬: ପୂର୍ବ ଲଦାଖରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସ୍ର ସଂଘର୍ଷରେ ଏବେ ନୂଅ୍ରା ମୋଡ଼ ଆସିଛି। ପୂର୍ବରୁ ନିଜ ସୈନ୍ୟଙ୍କ ମୃତ୍ୟୁକୁ ନେଇ ଚାଇନା ମିଥ୍ୟା କହୁଥିବାବେଳେ ଏବେ ମାନିବାକୁ ବାଧ୍ୟ ହୋଇଛି। ଚାଇନା ସରକାର ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ମରଣୋତ୍ତର ବୀର ପଦକ ପ୍ରଦାନ କରିଛି। ଏହାଦ୍ୱାରା ପ୍ରମାଣିତ ହୋଇଛି ଯେ, ସଂଘର୍ଷରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଗଲଓ୍ବାନ ଘାଟିରେ ୨୦୨୦ ଜୁନ୍‌ ୧୫-୧୬ରେ ଦୁଇପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ଶହୀଦ୍‌ ହୋଇଥିଲେ। ତେବେ ଚାଇନାର ୪୫ ସୈନ୍ୟଙ୍କର ମୃତ୍ୟୁ ଏହି ସଂଘର୍ଷରେ ଘଟିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। ଶୁକ୍ରବାର ଚାଇନାର ସେଣ୍ଟ୍ରାଲ ମିଲିଟ୍ରି କମିଶନ ପକ୍ଷରୁ ୨୯ ଜଣ ସୈନ୍ୟଙ୍କୁ ବୀର ସମ୍ମାନରେ ସମ୍ମାନୀତ କରାଯାଇଛି। ଏହି ସଂଘର୍ଷରେ ଚାଇନାର ୪ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଥିବା ସେଣ୍ଟ୍ରାଲ ମିଲିଟ୍ରି କମିଶନ କହିଛି।

Share