Categories: ଖେଳ

ଶେଷରେ ସଫଳତାର ରାଜ୍‌ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨।୧୧: ୨୦୨୩ ଦିନିକିଆ ବିଶ୍ୱକପ ଭାରତୀୟ ଦଳ ତଥା ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏପର୍ଯ୍ୟନ୍ତ ବହୁତ ଭଲ ଚାଲିଛି। ଭାରତୀୟ ଅଧିନାୟକ ବହୁତ ଭଲ ଫର୍ମରେ ଅଛନ୍ତି। ବିଶ୍ୱକପ ମଧ୍ୟରେ ରୋହିତ ଶର୍ମା ତାଙ୍କ ସଫଳତାର ରହସ୍ୟ ପ୍ରକାଶ କରିଛନ୍ତି।
ଅଧିନାୟକ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦଳର ମୋଟ ୨୨୯ ରନ୍‌ରେ ସେ ୮୭ ରନ ସ୍କୋର କରି ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏହି ମ୍ୟାଚ୍‌ରେ ବିରାଟଙ୍କ ସମେତ ଦଳର ପ୍ରାୟ ସମସ୍ତ ବ୍ୟାଟ୍ସମ୍ୟାନ ଅସଫଳ ହୋଇଥିଲେ, କିନ୍ତୁ ରୋହିତ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଏହାର ଅର୍ଥ ଏହା ଦର୍ଶାଏ ଯେ ଭାରତୀୟ ଅଧିନାୟକ କେବଳ ଟୁର୍ନାମେଣ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ କରୁନାହାଁନ୍ତି ବରଂ ଦଳ ପରିଚାଳନା ପାଇଁ ସଠିକ୍‌ ବ୍ୟାଟିଂ କରୁଛନ୍ତି।
ରୋହିତ ଶର୍ମା ତାଙ୍କ ବ୍ୟାଟିଂ ସଫଳତାର ରହସ୍ୟ ପ୍ରକାଶ କରି କହିଛନ୍ତି, ମୁଁ ମୋର ବ୍ୟାଟିଂକୁ ଉପଭୋଗ କରୁଛି। ମୁଁ ଦଳକୁ ଏକ ଭଲ ସ୍ଥିତିରେ ରଖିବାକୁ ଚାହୁଁଛି, ତେଣୁ ମୋତେ ସ୍ଥିରତାର ସହ ରହିବାକୁ ପଡ଼ୁଛି।
ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ଭାରତୀୟ ଅଧିନାୟକ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ହାରାହାରି ୬୬.୩୩ରେ ୬ଟି ମ୍ୟାଚର ୬ଟି ଇନିଂସରେ ୩୯୮ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୨ ଅର୍ଦ୍ଧଶତକ ସାମିଲ ଅଛି।

Share