ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୬।୧୧: ପାକିସ୍ତାନର ଖାଇବର ପାଖଟୁଖୱା ପ୍ରଦେଶରେ ପୋଲିସ ଭ୍ୟାନ ଉପରେ ହୋଇଥିବା ଆକ୍ରମଣକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ନିନ୍ଦା କରିଛନ୍ତି। ଆତଙ୍କବାଦ ପାକିସ୍ତାନର ଏକ ପ୍ରମୁଖ ସମସ୍ୟା ବୋଲି ସେ ଶେଷରେ ସ୍ବୀକାର କରିଛନ୍ତି। ନିୟମିତ ପୋଲିସ ପାଟ୍ରୋଲିଂ ଭ୍ୟାନ୍‌ ଉପରେ ହୋଇଥିବା ଆକ୍ରମଣ ପାଇଁ ସେ ପାକିସ୍ତାନ ତାଲିବାନକୁ ଦାୟୀ କରିଛନ୍ତି। ଏହି ଆକ୍ରମଣରେ ୬ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି।
ପ୍ରଧାନମନ୍ତ୍ରୀ ଶରିଫ ସମବେଦନା ଜଣାଇ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଆତଙ୍କବାଦ ପାକିସ୍ତାନର ଅନ୍ୟତମ ପ୍ରମୁଖ ସମସ୍ୟା। ଆଗକୁ ଆମେ କୌଣସି ଭୁଲ କରିବାକୁ ଦେବୁ ନାହିଁ। ଆମର ସଶସ୍ତ୍ର ବାହିନୀ ଏବଂ ପୋଲିସ ଏହି ବିପଦକୁ ଦମ୍ଭର ମୁକାବିଲା କରିଛନ୍ତି।
ସୂଚନାଯୋଗ୍ୟ, ପାକିସ୍ତାନର ଖାଇବର ପାଖଟୁଖୱା ପ୍ରଦେଶରେ ବୁଧବାର ପୋଲିସ ଭ୍ୟାନ ଉପରକୁ ଆକ୍ରମଣ ହୋଇଥିଲା। ଦକ୍ଷିଣ ୱାଜିରିସ୍ତାନ ସୀମାବର୍ତ୍ତୀ ଲକ୍ଷ୍ମୀ ମାରୱାଟ ଜିଲାରେ କିଛି ଅଜ୍ଞାତ ବନ୍ଧୁକଧାରୀ ପୋଲିସ ଭ୍ୟାନକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ପୋଲିସ ପୋଷ୍ଟର ସହକାରୀ ସବ-ଇନ୍ସପେକ୍ଟରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ଘଟିଛି।

Share