Budget 2024: ବଜେଟ୍‌ ଅଭିଭାଷଣରେ ଚେସ୍‌ ଗ୍ରାଣ୍ଡ ମାଷ୍ଟର ପ୍ରଜ୍ଞାନାନନ୍ଦଙ୍କୁ ପ୍ରଶଂସା କଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ କ୍ରମାଗତ ଷଷ୍ଠ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଏହା ଅନ୍ତରୀଣ ବଜେଟ । ବଜେଟ ଅଭିଭାଷଣରେ ସୀତାରମଣ ଭାରତର ଯୁବ ଚେସ ଖେଳାଳୀ ଆର୍‌ ପ୍ରଜ୍ଞାନାନନ୍ଦଙ୍କ ପ୍ରଶଂସା କରିଛନ୍ତି।

ବଜେଟ୍‌ ଅଭିଭାଷଣବେଳେ ନିର୍ମଳା ଚେସ୍‌ ଉଫରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତରେ ବର୍ତ୍ତମାନ ୮୦ଟି ଚେସ ଗ୍ରାଣ୍ଡମାଷ୍ଟର ଥିବାବେଳେ ୨୦୧୦ରେ ମାତ୍ର ୨୦ଜଣ ଥିଲେ । ଗତ ବର୍ଷ ଏସିଆନ ଗେମ୍ସ ଏବଂ ଏସିଆନ ପାରା ଗେମ୍ସରେ ଭାରତର ପ୍ରଦର୍ଶନ ଉଚ୍ଚକୋଟିର ଥିଲା । ସତରଞ୍ଜ ବାଦଶାହ ପ୍ରଜ୍ଞାନାନନ୍ଦ world champion Magnus Carlsen in 2023 ରେ କଡା ଟକ୍କର ଦେଇଛନ୍ତି। ୨୦୨୩ ଭାରତର ଚେସ୍‌ ପାଇଁ ସ୍ମରଣୀୟ ମୂହୁର୍ତ୍ତ ଥିଲା। କାରଣ ପ୍ରଜ୍ଞାନାନନ୍ଦ ସବୁଠାରୁ କମ ବୟସରେ ବିଶ୍ୱକପ ଫାଇନାଲିଷ୍ଟରେ ନିଜ ନାଁ ଦାଖଲ କରିଥିଲେ। ସବୁଠାରୁ ଗୌରବର ବିଷୟ ଏହା କି, ପ୍ରଥମ ଥର ପାଇଁ ଦୁଇ ଭାଇଭଉଣୀ ପ୍ରଜ୍ଞାନାନନ୍ଦ ଓ ବୈଶାଳୀ ଦେଶ ପକ୍ଷରୁ କ୍ୟାନଡିଡେଟ ଟୁର୍ନାମେଣ୍ଟରେ ଭାଗ ନେବେ।

 

Share