ନୂଆଦିଲ୍ଳୀ,୧୫।୧: ଆସନ୍ତା ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପିତ ହେବ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳାଳା ସୀତାରମଣ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏଥର ବଜେଟ୍ଷର ସେ ସାଧାରଣ ଜନତା, ରାଜ୍ୟ ସରକାର ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକର ଆଶା ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଅର୍ଥମନ୍ତ୍ରୀ ରବିବାର ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ସାପ୍ତାହିକ ପତ୍ରିକା ପଞ୍ଚଜନ୍ୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ସେ ମଧ୍ୟ ମଧ୍ୟବିତ୍ତ ଶ୍ରେଣୀର ଅଟନ୍ତି ଏବଂ ସେମାନଙ୍କ ଉପରେ ହେଉଥିବା ଚାପକୁ ସେ ଭଲଭାବେ ବୁଝନ୍ତି। ମୋଦି ସରକାର ମଧ୍ୟବିତ୍ତଙ୍କ ଉପରେ କୌଣସି ନୂତନ ପ୍ରକାରର ଟିକସ ବୋଝ ଲଗାଇ ନାହାଁନ୍ତି। ଏହା ବ୍ୟତୀତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ମଧ୍ୟ ଟିକସମୁକ୍ତ ରଖାଯାଇଛି।
୨୦୨୩-୨୪ ବଜେଟ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ଅଛି। ଟିକସ ବୋଝର ସମ୍ମୁଖୀନ ହେଉଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଆରାମ ଦେବା ଅର୍ଥମନ୍ତ୍ରୀଙ୍କ ଆଗରେ ସବୁଠାରୁ ବଡ ଆହ୍ବାନ ହେବ।